www.samajalive.in
Wednesday, December 10, 2025
18.1 C
Bhubaneswar

ସମାଜ ପୋର୍ଟାଲ ପ୍ରଭାବ ; ଡାକ୍ତରଖାନାରେ ପହଞ୍ଚି ଦୁଇଦିନ ରୋଗୀ ଦେଖିବେ ଡାକ୍ତର

ପାତ୍ରପୁର : ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ଡାକ୍ତରଖାନା ପ୍ରତିଷ୍ଠା କରୁଛନ୍ତି। ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଔଷଧ ଦେଉଛନ୍ତି। ତେବେ ପାତ୍ରପୁରବ୍ଳକର ତୁରୁବୁଡି ଠାରେ ଦୀର୍ଘ ବାର ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବିନା ଡ଼ାକ୍ତରରେ କେବଳ ଜଣେ ଅସ୍ଥାୟୀ ଝାଡୁଦାରରେ ଚାଲିବା ନେଇ ଖବର ପ୍ରକାଶ ପରେ ଏବେ ସପ୍ତାହରେ ଦୁଇ ଦିନ ଡାକ୍ତର ଯାଇ ରୋଗୀ ଦେଖିବା ଆରମ୍ଭ ହୋଇଛି । ତୁରୁବୁଡୀ ଡାକ୍ତର ଖାନା ଝାଡୁଦାରଙ୍କ ଦ୍ଵାରା ଚାଲିବା ନେଇ ଗତମାସ ୨୮ତାରିଖରେ ସମାଜ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ ସପ୍ତାହରେ ମଙ୍ଗଳବାର ଏବଂ ଗୁରୁବାର ଖାରିଆ ଗୁଡା ଡାକ୍ତରଖାନାର ଦୁଇ ଡାକ୍ତର ଯାଇ ରୋଗୀ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦୀର୍ଘଦିନ ହେଲା ଏହି ଡାକ୍ତରଖାନାରେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ଲୋକମାନେ ସୁବିଧା ପାଇ ପାରିବେ।
ପାତ୍ରପୁର ବ୍ଳକର ତୁରୁବୁଡି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ଏହାକୁ ଦେଖି ସରକାର ୨୦୧୧ରେ ଏକ ଡାକ୍ତରଖାନା ପ୍ରତିଷ୍ଠା କରିଥିଲେ। ତେବେ ଡାକ୍ତରଖାନା ପାଇଁ ଘରଟିଏ ନଥିବା ଯୋଗୁଁ ବସ ଷ୍ଟାଣ୍ଡ ନିକଟରେ ଥିବା ଗ୍ରାମର ଏକ ଯୁବକ ସଂଘ କାର୍ୟ୍ୟାଳୟରେ ଖୋଲି ଚିକିତ୍ସା କାର୍ୟ୍ୟ ଆରମ୍ଭ ହୋଇଥିଲା। ଏହାର ଚାରିବର୍ଷ ପରେ ଗ୍ରାମ ଠାରୁ ଅନତି ଦୂରରେ ଡାକ୍ତରଖାନା କୋଠାନିର୍ମାଣ ହେବା ପରେ ଉଦଘାଟନ ମଧ୍ୟ ହୋଇଥିଲା।
ତେବେ ଏହି ନୂତନ କୋଠାରେ ବିଜୁଳି ପାଣି ଭଳି ସମସ୍ୟା ପୁରୁଣ ହୋଇନଥିଲା। ଫଳରେ ପୂର୍ବଭଳି ଗ୍ରାମ ଯୁବକ ସଂଘ ଘରେ କାର୍ୟ୍ୟ ଚାଲିଥିବା ବେଳେ ତିନି ବର୍ଷକ ପୂର୍ବେ ଆନୁସାଙ୍ଗିକ କାର୍ୟ୍ୟଶେଷ ପରେ ନୂତନ କୋଠାରେ କାର୍ୟ୍ୟଆରମ୍ଭ ହୋଇଥିଲା। ଏହି ଡାକ୍ତରଖାନା ଖୋଲିବା ଦିନ ଠାରୁ ଡାକ୍ତର ନାହାନ୍ତି। ପାଞ୍ଚ ବର୍ଷ ତଳେ ଜଣେ ଡାକ୍ତର ନିଯୁକ୍ତି ପାଇ ଦିନକ ପରେ ଅନ୍ୟତ୍ର ଡେପୁଡେଶନରେ ଚାଲି ଯାଇଥିଲେ। ଏହା ପୂର୍ବରୁ ଜଣେ ସ୍ୱାସ୍ଥ୍ୟ କର୍ମୀ କିଛି ବର୍ଷ ଡାକ୍ତର ଖାନାରେ କାର୍ୟ୍ୟ କରୁଥିବା ବେଳେ ସେ ଦୀର୍ଘ ଦିନ ହେଲା ବଦଳି ହୋଇଚାଲି ଯାଇଛନ୍ତି। ଏହା ପରେ ରେଡକ୍ରସ ସହାୟତାରେ ଜଣେ ଫାର୍ମ।ସିଷ୍ଟ ସ୍ୱଳ୍ପ ଦରମାରେ କିଛି ବର୍ଷ କାର୍ୟ୍ୟ କରି ବର୍ଷକ ତଳେ ଚାଲି ଯାଇଛନ୍ତି। ଏହି ଡାକ୍ତରଖାନାରେ କର୍ମଚାରୀଙ୍କ ପାଇଁ ବାସ ଗୃହ ଲେବର ରୁମ୍ ନିର୍ମାଣ ହେବା ସହିତ ଅନ୍ୟ କେତୋଟି କୋଠା ଲକ୍ଷ ଲକ୍ଷ ବ୍ୟୟରେ ନିର୍ମାଣ କରାଯାଇଛି। ଡାକ୍ତର ଖାନାରେ ଡାକ୍ତର ଫାର୍ମାସିଷ୍ଟ ନର୍ସ ପଦବୀ ସହ ଅନ୍ୟ ପଦବୀ ଖାଲି ପଡ଼ିଛି। ଏବେ ଜଣେ ଅସ୍ଥାୟୀ ଝାଡୁଦାର ଡାକ୍ତର ଖାନରେ ଅଛନ୍ତି। ତୁରୁବୁଡି ଡାକ୍ତରଖାନା ଉପରେ ତୁରୁବୁଡି ଆଙ୍କୁଲି ଭ୍ରମର ପୁର ସମେତ ଗଜପତି ଜିଲ୍ଲାର ବହୁ ଆଦିବାସୀ ଗ୍ରାମର ଲୋକମାନେ ସ୍ୱାସ୍ଥ୍ୟସେବାପାଇଁ ନିର୍ଭରଶୀଳ। ପୂର୍ବରୁ ଏହି ଡାକ୍ତରଖାନାକୁ ଖ।ରିଆଗୁଡା ଡାକ୍ତରଖାନାରୁ ଡାକ୍ତରଙ୍କୁ ପାଳି କରି ପଠାଯାଉଥିଲା। ଏବେ ଖ।ରିଆଗୁଡା ଠାରେ ଦୁଇଜଣ ଡାକ୍ତର ସମେତ ଅନ୍ୟ କର୍ମଚାରୀ ଅଛନ୍ତି। ଏଣୁ ଡାକ୍ତର ନିଯୁକ୍ତ ପର୍ୟ୍ୟନ୍ତ ଖ।ରିଆଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ଏହି ଡାକ୍ତରଖାନାକୁ ପଠାଇଲେ ଗରିବ ଲୋକମାନେ ଚିକିତ୍ସା ପାଇପାରିବେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories