ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗମ୍ଭାରୀପାଲିରେ ପାନୀୟ ଜଳଯୋଗାଣ ପାଇଁ ଏଲଆଣ୍ଡଟି ଠିକାସଂସ୍ଥା ଗଛିତ ରଖିଥିବା ଲୁହା ପାଇପ ଚୋରି ହୋଇଥିବା ଥାନାରେ ଠିକାସଂସ୍ଥାର କର୍ମଚାରୀ ନିରଞ୍ଜନ କୁମାର ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇ ଚଢ଼ାଉ ହୋଇଥିଲା। ଉତ୍ତରପ୍ରଦେଶ ସ୍ଥାୟୀ ବାସିନ୍ଦା ତଥା ରେଙ୍ଗାଲିକ୍ୟାମ୍ପରେ ଅସ୍ଥାୟୀ ଭାବେ ରହୁଥିବା ଏମଡି ଅପତତ(୨୦) ଓ ଏମଡି ଅଳମ(୩୦)ଙ୍କ ପାଖରୁ ଚୋରି ହୋଇଥିବା ୫୬ଟି ପାଇପ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହିତ ବ୍ୟବହୃତ କବାଡି ଟେମ୍ପୁକୁ ଜବତ କରାଯାଇଛି। ଚୋରି ହୋଇଥିବା ଲୁହା ପାଇପଗୁଡିକର ଆନୁମାନିକ ମୂଲ୍ୟ ୬୨ ହଜାର ଟଙ୍କା ହେବ ବୋଲି କୁହାଯାଉଛି।
Popular Categories



