www.samajalive.in
Monday, December 8, 2025
24.1 C
Bhubaneswar

ଗାଁକୁ ଫେରିଲା ଦାଦନ ଶବ; ଶୋକାକୂଳ ପରିବେଶରେ ହେଲା ଦାହ ସଂସ୍କାର

କଲମପୁର: ପୁଣି ଜଣେ ଯୁବ ଦାଦନ ଶ୍ରମିକଙ୍କ ଶବ ଗାଁକୁ ଫେରିଛି। ମଙ୍ଗଳବାର ମୃତଦେହ ଫେରିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଶବାଧାରରେ ଶତାଧିକ ଲୋକ ସାମିଲ ହୋଇଥିଲେ। ହାତୀ ନଦୀକୂଳ ଗାଁ ଶ୍ମଶାନରେ ଦାହ ସଂସ୍କାର ପାଇଁ ନିଆଯାଇଥିଲା।

ସୂଚନା ଅନୁସାରେ, ଗତ ରବିବାର ଦିନ ହାଇଦ୍ରାବାଦର ଛୋଟୁପାଲ ଅଂଚଳରେ କାମ କରୁଥିବା କଲମପୁର ଥାନା ଅଧିନସ୍ଥ ଖଣ୍ଡିଡଙ୍ଗରୀଗୁଡା ଗ୍ରାମର ଲୋଚନ ବାଗଙ୍କ ୨୬ ବର୍ଷିୟ ପୁଅ ଚିନ୍ତାମଣି ବାଗ ଜ୍ୱରରେ ପିଡିତ ହେଇ ଚିକିତ୍ସିତ ହେଉଥିଲା। ଚିକିତ୍ସାଧିନ ଅବସ୍ଥାରେ ରବିବାର ଦିନ ଯୁବ ଶ୍ରମିକର ମୃତ୍ୟୁ ହେଇଥିବା ପରିବାର ଲୋକଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ପରିବାର ଲୋକ ତୁରନ୍ତ ହାଇଦ୍ରାବାଦ ଯାଇଥିଲେ। ସେଠାରୁ ଏକ ଆମ୍ବୁଲେନ୍ସ ସହାୟତାରେ ଶବ ନେଇ ମଙ୍ଗଳବାର ଦିନ ଗାଁରେ ପହଞ୍ଚିଥିଲେ। ଚିନ୍ତାମଣି ର ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହେଇଥିଲା। ଆଜି ଶବ ପହଞ୍ଚିବା ପରେ ତାର ସାଙ୍ଗ ମାନଙ୍କ ସମେତ ବନ୍ଧୁ ବାନ୍ଧବ ଓ ସମ୍ପର୍କିୟଙ୍କ ଭିଡ ହେଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଦାହ ସଂସ୍କାର ପାଇଁ ହାତୀ ନଦୀ କୂଳ ଗ୍ରାମ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି।

- Advertisement -

ରୀତିମତ କେହି ନା କେହି ଦାଦନ ଶ୍ରମିକର ମୃତ୍ୟୁ ଘଟିବା ଖବର ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହି ସପ୍ତାହକ ମଧ୍ୟରେ କଲମପୁର ବ୍ଲକର ଶାଗବାରୀ ଗ୍ରାମର ମହିଳା ଶ୍ରମିକଙ୍କ ସମେତ ୩ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଇ ସାରିଛି। ଥମୁନାହିଁ ଦାଦନ ସମସ୍ୟା, ରୋକା ଯାଇ ପାରୁନାହିଁ ଦାଦନ ମୃତ୍ୟୁ ଘଟଣା। ସରକାର ଏବଂ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଫେଲ ମାରୁଛି ଶ୍ରମ ଭିତିକ ସରକାରୀ ଯୋଜନା। ଯେଉଁଥିପାଇଁ ଜଟିଳ ହେବାରେ ଲାଗିଛି ଦାଦନ ସମସ୍ୟା। ଚଳିତ ବର୍ଷ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ କଲମପୁର ବ୍ଲକ ଅଂଚଳରୁ ପ୍ରାୟ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହେଇ ସାରିଲାଣି। ପୁଣି କେତେଜଣ ଦାଦନଙ୍କ ମୁଣ୍ଡ ଗଡ଼଼ିଲେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ? କେବେ ସ୍ଥାନୀୟ ଜନ ପ୍ରତିନିଧି ଦାଦନ ସମସ୍ୟା ରୋକିବା ନେଇ ସ୍ୱର ଉଠାଇବେ ?

ମୃତ ଚିନ୍ତାମଣି ବାପା ମାଆଙ୍କର ଏକମାତ୍ର ସନ୍ତାନ। ପରିବାରର ଆର୍ଥିକ ଦୂରାବସ୍ଥା ଏବଂ ସ୍ଥାନୀୟ ଅଂଚଳରେ ରୋଜଗାରର ଅଭାବ ପାଇଁ ଗତ ଦୁଇ ବର୍ଷ ହେବ ଦାଦନ ଖଟିବା ପାଇଁ ଘରୁ ଗୋଡ କାଢିଥିଲେ ଚିନ୍ତାମଣି। ସାଥି ଶ୍ରମିକଙ୍କ ସହ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ କିଛି ରୋଜଗାର କରୁଥିଲେ। ଆଶା କରିଥିଲେ ଅର୍ଥ ଉପାର୍ଜନ କରି ବିବାହ କରିବେ। ପରିବାର ସହ ଖୁସିରେ ଚଳିବେ। କିନ୍ତୁ ନିୟତୀର ନିର୍ଦ୍ଦେଶ ଥିଲା ଅଲଗା। କେବଳ ଚିନ୍ତାମଣି ନୁହେଁ ଅଞ୍ଚଳର ଅନେକ ଯୁବକ ନିଜ ଅଂଚଳରେ ଆବଶ୍ୟକ କାମ ଧନ୍ଦା ଅଭାବ ଯୋଗୁଁ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଦାଦନମୁହାଁ ହେଉଛନ୍ତି। କିନ୍ତୁ ଶ୍ରମିକଙ୍କ ପାଇଁ ଅନେକ ସରକାରୀ ଯୋଜନା ଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରୁଥିଲେ ମଧ୍ୟ ଏହି ଯୋଜନା ସବୁ ଦାଦନ ସମସ୍ୟା ରୋକି ପାରୁ ନାହିଁ। ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ସଜାଗ ହେବା ନେଇ ସାଧାରଣରେ ଦାବି ହେଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories