www.samajalive.in
Tuesday, December 9, 2025
16.1 C
Bhubaneswar

୧୧ଲକ୍ଷ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ

ଅନୁଗୁଳ: ଅବକାରୀ ବିଭାଗ ଜିଲା ମୋବାଇଲ ସ୍ୱାଡ୍‌ ପକ୍ଷରୁ ସୋମବାର ଚଢ଼ାଉ କରାଯାଇ ୧୧୦ ଗ୍ରାମ ଓଜନର ଧଳା ଜହର ଜବତ କରାଯାଇଛି। ଏଥିସହ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ପ୍ରଧାନ ସାହିର ସରୋଜ ପ୍ରଧାନ(୪୮) ବୋଲି ଜଣାପଡ଼ିଛି। ସରୋଜ ଆଜି ବ୍ରାଉନସୁଗର ଧରି କୁକୁଡାଙ୍ଗ ରାସ୍ତାର ମଙ୍ଗଳା ମନ୍ଦିର ପାଖରେ ଛିଡା ହୋଇଥିବା ବେଳେ ଜିଲା ମୋବାଇଲ ସ୍ୱାଡ୍‌ ଇନ୍ସପେକ୍ଟର ରମ୍ବା ବାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସଦଳବଳେ ଚଢ଼ାଉ କରିଥିଲେ। ଜବତ ଧଳା ଜହରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଚଢ଼ାଉ ସମୟରେ ସରୋଜ ଏହି ଧଳା ଜହରକୁ ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ତାକୁ କାବୁ କରିଥିଲା ଅବକାରୀ ପୁଲିସ। ତେବେ ଏହି ଧଳା ଜହର କାରବାର ଜିଲାରେ ଏପରି ଭାବେ ବ୍ୟାପିଛି ଯେ, ପୁଲିସ ଓ ଅବକାରୀ ବିଭାଗ ଯେତେ ଚେଷ୍ଟା କଲେ ମଧ୍ୟ ଏଥିରେ ରୋକ୍ ଲାଗି ପାରୁନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories