www.samajalive.in
Monday, December 8, 2025
20.1 C
Bhubaneswar

ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କ ଅବସ୍ଥା ଶୋଚନୀୟ

ହରଭଙ୍ଗା: ହରଭଙ୍ଗା-ଧଳପୁର ଐତିହାସିକ ଜଗନ୍ନାଥ ସଡ଼କ ଅବସ୍ଥା ବର୍ତମାନ ଶୋଚନୀୟ ହୋଇପଡ଼ିଛି। ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ସ୍କୁଲ ଛାତ୍ରଛାତ୍ରୀ ଏବଂ ହଜାର ହଜାର ଜନସାଧରଣଙ୍କ ପାଇଁ ରାସ୍ତା ଏବେ ମରଣଯନ୍ତା ପାଲଟିଛି।

ପ୍ରକାଶ ଯେ, ଗତ ଦୁଇ/ତିନିବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ରାସ୍ତା ନିର୍ମାଣର ଛଅମାସମଧ୍ୟରେ ବିଭିନ୍ନସ୍ଥାନରୁ ପିଚୁ ଉଠିପଡୁଥିବା ଚିତ୍ର ସାମନାକୁ ଆସିଥିଲା। ୪୦କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହୋଇଥିବା ରାସ୍ତାର ୫ବର୍ଷ ମରାମତି ପାଇଁ ମିଆଦି ରହିଥିବାବେଳେ ବିଭାଗୀୟ କତୃପକ୍ଷଙ୍କ ଉଦାସୀନ ମନୋଭାବ ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅନେକ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ସହିତ ବର୍ଷାପାଣିରେ ଖାଲରେ ପାଣିଭର୍ତ୍ତି ଯୋଗୁଁ ରାସ୍ତାର ମାପଚୁପ ପାଇନପାରି କୁନି କୁନି ସ୍କୁଲପିଲା ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ବିଶେଷକରି ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଥିବା ଧଳପରୁ-ଆଠମଲ୍ଲିକ ସେତକୁ ଏହି ରାସ୍ତାଟି ସଂଯୋଗ ଯୋଗୁଁ ଏହି ଜଗନ୍ନାଥସଡକର ଗୁରୁତ୍ୱ ବୃଦ୍ଧି ପାଇଛି। ଏହା ସହିତ ଅନୁଗୁଳୁ ଜିଲ୍ଲା ସହିତ ବୌଦ୍ଧ ଜିଲ୍ଲାକୁ ଗମନାଗମନ ପାଇଁ ବାଟ ଫିଟିଛି। ସମ୍ପର୍କର ସେତୁ ନିର୍ମାଣ ପରେ ଉଭୟପଟୁ ବସଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ବେପାର, ବାଣିଜ୍ୟ ସାଙ୍ଗକୁ ମେଡିକାଲ କାର୍ଯ୍ୟରେ ମହାନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଆଠମଲ୍ଲିକ ମେଡିକାଲ ଚିକିତ୍ସା ପାଇଁ ବେଶ ସହାୟକ ହୋଇପାରିଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ରାସ୍ତାରେ ଅଧିକ ସଂଖ୍ୟାରେ ଗାଡ଼ି ଚଳାଚଳ ଯୋଗୁଁ ଦିନକୁ ଦିନ ୧୨ଫୁଟିଆ ଅଣ ଓସାରିଆ ରାସ୍ତା ଅବସ୍ଥା ଶୋଚନୀୟ ହେବା ସହିତ ଖାଲଖମାରେ ପରିଣତ ହୋଇଛି। ବିଶେଷ କରି ମହାନଦୀ ବନ୍ୟାରେ ଏହି ରାସ୍ତାରେ ଯୋଯୋଗ ବିଛିନ୍ନ ହୋଇପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ହାଏଲେବଲ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀଉଠୁଛି। ଏହା ସହିତ ମହାନଦୀ ତଟସୁରକ୍ଷା ପାଇଁ ହରଭଙ୍ଗାଠାରୁ ଧଳପୁର ପର୍ଯ୍ୟନ୍ତ ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ସାଧାରଣରେ ଦାବୀ ହେଉଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

- Advertisement -

 

 

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories