ଚକ ସମସ୍ୟା ନେଇ ଆରଡିସିଙ୍କ ନିକଟରେ ଚାଷୀ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ କୁଦୋପାଲି ଓ ଦଣ୍ଡେଇପାଲି ଗ୍ରାମର ଚାଷୀ ମାନେ ସେମାନଙ୍କର ଜମି ଚକ ସମସ୍ୟା ନେଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଆରଡିସିଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, କୁଦୋପାଲି ଓ ଦଣ୍ଡେଇପାଲି ଗ୍ରାମରେ ଚକ ସମସ୍ୟା ପାଇଁ ଚାଷୀ ମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମିର ଚକ ଓ ମେଜର ବ୍ୟବସ୍ଥା ଠିକ ଭାବରେ କରାଯାଇ ନ ଥିବାରୁ ଚାଷୀ ମାନେ ଅସୁବିଧା ଭୋଗ କରୁଛନ୍ତି। ଏଣୁ ପୂର୍ବପରି ମେଜର ବ୍ୟବସ୍ଥାରେ ଚାଷ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଚାଷୀ ନେତା ରାମସାଗର ସାହୁ ଓ ଚାଷୀ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.