www.samajalive.in
Monday, December 8, 2025
27.1 C
Bhubaneswar

ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶ ଚାଷୀଙ୍କ ଋଣ ସୁଝିଲେ ବିଗ୍‍ ବି

ନୂଆଦିଲ୍ଲୀ : ମହାରାଷ୍ଟ୍ରର ୩୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ସୁଝିବା ପରେ ବିଗ୍‍ ବି ନିକଟରେ ଉତ୍ତରପ୍ରଦେଶର ଚାଷୀମାନଙ୍କ ଋଣ ସୁଝିଛନ୍ତି। ସୂଚନା ଅନୁସାରେ, ଅମିତାଭ ବଚ୍ଚନ ଉତ୍ତର ପ୍ରଦେଶର ୧୩୯୮ ଜଣ ଚାଷୀଙ୍କ ପ୍ରାୟ ୪କୋଟିର ଟଙ୍କାର ଋଣ ସୁଝିଛନ୍ତି। ଅମିତାଭ ୭୦ ଜଣ ଚାଷୀଙ୍କୁ ମୁମ୍ବଇ ଆସି ବ୍ୟାଙ୍କରୁ ସେମାନଙ୍କ ଋଣ ପରିଶୋଧର ବିଲ୍‍ ନେବା ପାଇଁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ୨୬ ନଭେମ୍ବରରେ ବିଗ୍‍ ବି ନିଜେ ଗୋଟିଏ କାର୍ଯ୍ୟକ୍ରମରେ ଏହି ଚାଷୀମାନଙ୍କୁ ସେମାନଙ୍କ ଋଣ ପରିଶୋଧର ବିଲ୍‍ ଦେବେ। ଅମିତାଭ ଚାଷୀମାନଙ୍କ ଆସିବା ପାଇଁ ଟ୍ରେନ୍‍ ର ପୂରା ବଗି ବୁକ୍‍ କରି ଦେଇଛନ୍ତି, ଯାହା ଫଳରେ ସେମାନେ ଆରାମରେ ମୁମ୍ବଇ ଆସି ପାରିବେ।

ସୂଚନା ଅନୁସାରେ, ଏହା ପୂର୍ବରୁ ବିଗ୍‍ ବି ମହାରାଷ୍ଟ୍ରର ୩୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଋଣ ସୁଝିବା ସହ ଯବାନ ମାନଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ। ଏଥିସହିତ ଅମିତାଭଙ୍କ ଶୋ’ “କୌନ୍‍ ବନେଗା କରୋଡ଼ପତି” ରେ ମହାରାଷ୍ଟ୍ରରୁ ଚାଷୀ ଅନନ୍ତ କୁମାର ଆସିଥିଲେ। ଅନନ୍ତଙ୍କ ଦୁଃଖଭରା କାହାଣୀ ଶୁଣି ଅମିତାଭ ହାତ ଯୋଡ଼ି ସାରା ଦେଶବାସୀଙ୍କୁ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories