ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ସନ୍ନିକଟ ଜିରିଡାମାଳିସ୍ଥିତ ରାଧାକୁଞ୍ଜ ଛକ ୫୩ ନମ୍ବର ଜାତୀୟ ରାଜପଥ ଉପରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଏହି ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କାନପୁରା ପଞ୍ଚାୟତର ପଲ୍ଲୀସାନ୍ତରାପୁର ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କର ପୁଅ ଅଲା(୩୦)। କାମାକ୍ଷାନଗରରୁ ରାଜମିସ୍ତ୍ରୀ କାମ ସାରି ଅପରାହ୍ନରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।
Popular Categories



