www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ୱକପ୍ ହକି-୨୦୧୮ ; ଅନଲାଇନରେ ଉଦଘାଟନୀ ଉତ୍ସବ ଟିକେଟ

ଭୁବନେଶ୍ୱର : ପୁରୁଷ ବିଶ୍ୱକପ୍ ହକି-୨୦୧୮ର ଉଦଘାଟନୀ ଉତ୍ସବ ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି।  ହକିପ୍ରେମୀମାନେ www.ticketgenie.in ୱେବସାଇଟରେ ଅନଲାଇନରେ ଟିକେଟ ବିକ୍ରି  କରାଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ୱେବସାଇଟକୁ ଉଦଘାଟନ କରିଥିବା ସହିତ ବେଳେ ସେ ନିଜେ ୫୦୦ ଟଙ୍କା ଦେଇ ଅନଲାଇନରେ ନିଜପାଇଁ ଏକ ଟିକେଟ କିଣିଥିଲେ । ପରେ ଟ୍ୱିଟ କରି ପ୍ରଥମ ଟିକେଟ କିଣି ସେ ଆନନ୍ଦିତ ଥିବା ଉଲ୍ଲେଖ କରିଥିଲେ ।

- Advertisement -

ଚଳିତମାସ ୨୭ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ  ଓ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।  ସେଥିପାଇଁ ଅନଲାଇନରେ ଆଜିଠାରୁ ଟିକେଟ ଉପଲବ୍ଧ ହେବ । ଭୁବନେଶ୍ୱର ପାଇଁ ୧୦ ହଜାର ୫୦୦ ଟିକେଟ ଓ କଟକ ପାଇଁ ଅନଲାଇନରେ ୩୦ ହଜାର ଟିକେଟ ରହିଛି ।

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ବଲିଉଡ ସୁପରଷ୍ଟାର ଶାହାରୁକ ଖାନ ଉପସ୍ଥିତ ରହିବେ । ବାରବାଟୀରେ  ହେବାକୁ ଥିବା ଉଦଘାଟନୀରେ  ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଏ.ଆର .ରେହେମାନ  ସଙ୍ଗୀତ ପରିବେଷଣ କରିବେ ଓ ବାହୁବଳୀର ନାୟକ ପ୍ରଭାସ ଯୋଗ ଦେବେ। କଳିଙ୍ଗ ଷ୍ଟାଡିୟମର ଟିକେଟ ମୂଲ୍ୟ ୫୦୦ ଟଙ୍କା ଥିବାବେଳେ କଟକ ବାରବାଟୀର ଉଦଘାଟନୀ ଟିକେଟର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ରହିଛି । ତେବେ ଉଭୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories