www.samajalive.in
Tuesday, December 9, 2025
16.1 C
Bhubaneswar

ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମଞ୍ଜୁ ବର୍ମା

ପାଟନା: ପାଟନାର ପ୍ରାକ୍ତନ ମନ୍ତ୍ରୀ ତଥା ମୁଜାଫରପୁର ଆଶ୍ରୟସ୍ଥଳ ନିର୍ଯାତନା ଘଟଣାର ଅନ୍ୟତମ ଅଭିଯୁକ୍ତ ମଞ୍ଜୁ ବର୍ମା ବେଗୁସରାଏ କୋର୍ଟରେ ମଙ୍ଗଳବାର ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ କୋର୍ଟ କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ବୁର୍ଖା ପିନ୍ଧି ମଞ୍ଜୁ ବର୍ମା କୋର୍ଟରେ ହାଜର ହୋଇଥିଲେ। ଶ୍ରୀମତୀ ବର୍ମା ଦୀର୍ଘ ଦିନ ଧରି ଫେରାର ଥିଲେ। ତାଙ୍କୁ ଗିରଫ କରିବାକୁ ପୁଲିସ ପକ୍ଷରୁ ବିହାର ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଥିଲା। ଏପରିକି ମଞ୍ଜୁ ବର୍ମାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଥିବାବେଳେ ଶନିବାରଠାରୁ ବେଗୁସରାଏସ୍ଥିତ ତାଙ୍କ ବାସଭବନରୁ ଆସବାବପତ୍ର ଜବତ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।
ମୁଜଫରପୁର ଆଶ୍ରୟସ୍ଥଳରେ ନାବାଳିକା ଶୋଷଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁରଙ୍କ ସହ ମଞ୍ଜୁ ବର୍ମାଙ୍କ ସମ୍ପର୍କକୁ ନେଇ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ପକ୍ଷରୁ ତାଙ୍କ ଘର ଉପରେ ଚଢ଼ାଉ କରାଯିବା ପରେ ତାଙ୍କ ବାସଭବନରୁ ୫୦ଟି ଗୁଳି ଜବତ କରାଯାଇଥିଲା। ଏହାକୁ ଭିତ୍ତି କରି ମଞ୍ଜୁ ବର୍ମାଙ୍କ ନାମରେ ଆର୍ମ୍‍ସ ଆକ୍ଟରେ ମାମଲା ରୁଜୁ କରାଯାଇ ଥିଲା। ଦୀର୍ଘ ୩ମାସରୁ ଊଦ୍ଧ୍ୱର୍ ସମୟ ଧରି ଫେରାର ଥିବା ମଞ୍ଜୁ ବର୍ମାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ ଶେଷରେ କୋର୍ଟ ନିର୍ଦେଶ ଦେଇଥିଲେ। ଫଳରେ ନାଟକୀୟ ଢଙ୍ଗରେ କୋର୍ଟରେ ହାଜର ହୋଇଥିଲେ ପ୍ରାକ୍ତନ ଜେଡିୟୁ ମନ୍ତ୍ରୀ ମଞ୍ଜୁ ବର୍ମା।
ଆଜି ପୂର୍ବାହ୍ନରେ ମଞ୍ଜୁ ବର୍ମା କୋର୍ଟ ପରିସରରେ ନିଜସ୍ୱ ଗାଡ଼ିରେ ନଆସି ଏକ ଅଟୋରେ ପହଞ୍ôଚ ଥିଲେ। ବୁର୍ଖା ପିନ୍ଧି ଥିବା ମଞ୍ଜୁ ବର୍ମାଙ୍କୁ ଦୀର୍ଘ ସମୟ ଧରି କେହି ଚିହ୍ନି ପାରି ନଥିଲେ। ତେବେ ମଞ୍ଜୁ ବର୍ମାଙ୍କ ମାମଲାର ଶୁଣାଣି ଆରମ୍ଭ ହେବା କ୍ଷଣି ବୁର୍ଖା ବାହାର କରି ମଞ୍ଜୁ ବର୍ମା ନିଜ ପରିଚୟ ଦେଇଥିଲେ। କୋର୍ଟ ପରିସରରେ ମଞ୍ଜୁ ବର୍ମା ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ୁଥିଲେ।
ମଞ୍ଜୁ ବର୍ମାଙ୍କ ଓକିଲ ସତ୍ୟନାରାୟଣ ମହତୋ ଗଣମାଧ୍ୟମରେ ଏ ସମ୍ପର୍କରେ ବିବୃତ୍ତି ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ ବାରମ୍ବାର ବାତିଲ ହେବା ପରେ ଆଗୁଆ ଜାମିନ ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ମଞ୍ଜୁ ବର୍ମା। ଆଗାମୀ ସପ୍ତାହରେ ସୁପ୍ରିମ କୋର୍ଟରେ ଉକ୍ତ ମାମଲାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories