www.samajalive.in
Tuesday, December 9, 2025
17.1 C
Bhubaneswar

ପାଣିପାଗ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଚର୍ମରେ ବି ହୋଇପାରେ ଏହି ସମସ୍ୟା- ସାରା ବିଶ୍ୱରେ ବଢୁଛି

ନ୍ୟୁୟର୍କ – ପାଣିପାଗ ପରିବର୍ତ୍ତନ ଯୋଗୁଁ ଏବେ ବିଭିନ୍ନ ସମସ୍ୟା ଦେଖା ଦେଉଛି । କେତେବେଳେ ଅତ୍ୟଧିକ ଗରମ ତ କେତେବେଲେ ପ୍ରବଳ ବର୍ଷା , ଆଉ କେତେବେଳେ ପ୍ରବଳ ଶୀତ । କେଉଁଠି ପାହାଡ ଧସିଲାଣି ତ କେଉଁଠି ବନ୍ୟା କିମ୍ବା ବାତ୍ୟାର ପ୍ରକୋପ । ପାଣିପାଗ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରୋଗ ବି ବଢୁଛି । ଗଛ କଟା ସାଙ୍ଗକୁ କଳ କାରଖାନା , ଗାଡି ମଟର ସଂଖ୍ୟା ବଢିଛି । ଏଥିପାଇଁ ବିଶ୍ୱତାପାୟନ ବୃଦ୍ଧି ପାଇଛି । ଏଥିପାଇଁ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଏବେ ପାଣିପାଗ ପରିବର୍ତ୍ତନ ଯୋଗୁଁ ଫଙ୍ଗାଲ ଇନେଫକସନ୍‌ ବୃଦ୍ଧି ପାଉଛି । ଏଥିଯୋଗୁଁ ଚର୍ମରେ ଦାଗ, କୁଣ୍ଡିଆ ଲାଲ ପଡିବା ପରି ସମସ୍ୟା ବୃଦ୍ଧି ପାଇଛି । କେବେଳ ସେତିକି ନୁହେଁ ଏହି ଫଙ୍ଗସ୍‌ ବା ପରଜୀବୀଙ୍କ ଉପରେ ଅନେକ ଔଷଧ କାମ କରୁନାହିଁ । ଫଙ୍ଗସମାନଙ୍କର ଔଷଧ ପ୍ରତିରୋଧକ ଶକ୍ତି ବା ଡ୍ରଗ ରେଜିଷ୍ଟାନ୍ସ ବୃଦ୍ଧି ପାଇଛି । ଅନେକ ମହିଳା ବି ଏବେ ଫଙ୍ଗସ୍‌ ଇନଫେକସନ୍‌ର ଶିକାର ହେଉଛନ୍ତି । ବିଭିନ୍ନ ଆଣ୍ଟି ଫଙ୍ଗାଲ୍‌ ଔଷଧର ବ୍ୟବହାର କରାଯାଉଛି ।

- Advertisement -

ଏବେ ପାଣିପାଗ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ୱରେ ଏହି ସମସ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories