www.samajalive.in
Tuesday, December 9, 2025
16.1 C
Bhubaneswar

ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ :  ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ  ଚନ୍ଦ୍ରଯାନ-୩କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ‘ବିକ୍ରମ୍‌‌’ ଏବଂ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ଇସ୍ରୋ ନିଶ୍ଚିତ କରିବାପରେ, ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ ହେବ।
ଆନ୍ତଃ ଧ୍ରୁବୀୟ ଅଭିଯାନ ପାଇଁ ଆବଶ୍ୟକ ନୂତନ ବୈଷୟିକ ଜ୍ଞାନର ବିକାଶ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ଭାରତର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ, ପ୍ରପୁଲସନ୍‌‌ ମଡ୍ୟୁଲ ଏବଂ ରୋଭର୍‌‌କୁ ନେଇ ପ୍ରସ୍ତୁତ ହୋଇଛି । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଭର୍‌‌ ସହାୟତାରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ। ଚନ୍ଦ୍ରଯାନ-୩ର ଅଭିଯାନ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ରୋଭର ଗତିଶୀଳତା ଏବଂ ସେହି ସ୍ଥାନରେ ବୈଜ୍ଞାନିକ ପରୀକ୍ଷଣ କରିବ। ପୂର୍ବରୁ ଚନ୍ଦ୍ରଯାନ-୨ର ଆଂଶିକ ସଫଳତାପରେ ଚନ୍ଦ୍ରଯାନ- ୩ରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ଧ୍ରୁବୀୟ ଅଭିଯାନର ଫଳସ୍ୱରୂପ ଏହି ମହାକାଶଯାନ ଦୁଇ ସପ୍ତାହ ଅର୍ଥାତ୍‌‌ ୧୪ ଦିନ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟ କରିବ। ତିନି ହଜାର ୯୦୦ ଗ୍ରାମ ଓଜନ ବିଶିଷ୍ଟ ଚନ୍ଦ୍ରଯାନ-୩ ରେ ୨ ହଜାର ୧୪୮ ଗ୍ରାମ ଓଜନ ବିଶିଷ୍ଟ ପ୍ରପୁଲସନ୍‌‌ ମଡ୍ୟୁଲ ରହିଥିବାବେଳେ ଏକ ହଜାର ୭୫୨ ଗ୍ରାମ ଓଜନର ଲ୍ୟାଣ୍ଡର ମଡ୍ୟୁଲ ଏବଂ ୨୬ କିଲୋଗ୍ରାମ ଓଜନର ରୋଭର୍‌‌ ‘ପ୍ରଜ୍ଞାନ’ ରହିଛି। ତିନୋଟି ଯାକ ଯନ୍ତ୍ରାଂଶ ଶକ୍ତି ଉତ୍ପନ୍ନ ପାଇଁ ସକ୍ଷମ। ସ୍ୱୟଂକ୍ରିୟା ବ୍ୟବସ୍ଥାରେ ପ୍ରପୁଲସନ୍‌‌ ମଡ୍ୟୁଲ ୭୫୮ ୱାଟ୍‌‌, ଲ୍ୟାଣ୍ଡର ମଡ୍ୟୁଲ ୭୩୮ ୱାଟ୍‌‌ ଏବଂ ରୋଭର ‘ପ୍ରଜ୍ଞାନ’ ୫୦ ୱାଟ୍‌‌ ଶକ୍ତି ଉତ୍ପାଦନ କରିପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଅଭିଯାନରେ ବିଶେଷଭାବେ ଚନ୍ଦ୍ରଯାନ-୨ ସହ
ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‌‌ରୁ ଚନ୍ଦ୍ରଯାନ-୩ ଉତ୍‌‌କ୍ଷେପଣ କରା ଯାଇଥିଲା। ଜୁଲାଇ ୧୫ ତାରିଖରେ ୧୭୩ କିଲୋମିଟର ଓ ଜୁଲାଇ ୧୭ ତାରିଖରେ ୨୨୬ ଏବଂ ଜୁଲାଇ ୨୨ ତାରିଖରେ ଏହାକୁ ୨୩୩ କିଲୋମିଟର କକ୍ଷପଥକୁ ନିଆଯାଇଥିଲା। ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା। ଚଳିତମାସ ୧୬ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୫୩ କିଲୋମିଟର ନିକଟବର୍ତ୍ତୀ ହେବାପରେ ଅଗଷ୍ଟ ୧୭ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ କୁ ପ୍ରପୁଲସନ୍‌‌ ମଡ୍ୟୁଲଠାରୁ ଅଲଗା କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ମଧ୍ୟରେ ରହିଛି ‘ପ୍ରଜ୍ଞାନ’, ଯାହା ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ
ଅବତରଣ କରିବା ପରେ ବାହାରକୁ ଆସିଛି । ଚନ୍ଦ୍ରଯାନ-୩ ଅବତରଣ କରିଥିବା ଅଞ୍ଚଳରେ ସୂର୍ଯ୍ୟାଲୋକ ପଡ଼ିବା ପରେ ଲ୍ୟାଣ୍ଡର୍‌‌ ମଡ୍ୟୁଲ୍‌‌ ଭିତରେ ଥିବା ଯନ୍ତ୍ରାଂଶଗୁଡ଼ିକର ଶେଷ ଥରପାଇଁ ଯାଞ୍ଚ୍‌‌ କରାଯାଇଥିଲା। ଚନ୍ଦ୍ରରେ ୧୪ ଦିନ ଅନ୍ଧକାର ଏବଂ ୧୪ ଦିନ ଆଲୋକିତ ହୋଇଥାଏ। ଆଜି ଚନ୍ଦ୍ରରେ ସୂର୍ଯ୍ୟାଲୋକ ଅନୁଭୂତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories