www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠୁ ୟୁଜି, ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ପ୍ରଥମ ବର୍ଷ ପାଠପଢ଼ା ସୋମବାରଠାରୁ ଆରମ୍ଭ ହେବ। ଉଭୟ ପାଠ୍ୟକ୍ରମରେ ନାମଲେଖା ଜାରି ରହିଛି। ଆସନ୍ତା ୨୪ ତାରିଖରେ ୟୁଜିର ୪ର୍ଥ ରାଉଣ୍ଡ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୫ ସକାଳ ୯ଟାରୁ ୨୮ ତାରିଖ ସନ୍ଧ୍ୟା ୭ଟା ମଧ୍ୟରେ (ଛୁଟିଦିନକୁ ବାଦ୍ ଦେଇ) ନାମ ଲେଖାଇବେ। ତୃତୀୟ ରାଉଣ୍ଡ ନାମଲେଖା ପରେ ଏବେବି ରାଜ୍ୟରେ ଲକ୍ଷେରୁ ଊର୍ଦ୍ଧ୍ବ ଆସନ ଖାଲି ପଡ଼ିଛି। ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ଆସନ ଥିବା ବେଳେ ୧,୨୭,୦୯୧ ଜଣ ନାମ ଲେଖାଇଛନ୍ତି। ଆଉ ୧,୪୩,୦୭୨ଟି ସିଟ୍ ବଳକା ପଡ଼ିଛି। ଏଥିମଧ୍ୟରୁ କଳାରେ ୬୮,୪୧୭, ଫିଜିକାଲ ସାଇନ୍ସରେ ୩୦,୬୨୨, ଜୈବ ବିଜ୍ଞାନରେ ୧୬,୮୫୯, ବାଣିଜ୍ୟରେ ୨୦,୦୪୧, ସେଲ୍ଫ ଫାଇନାନ୍ସିଂରେ ୧,୨୫୩ ଏବଂ ସଂସ୍କୃତରେ ୫,୮୮୦ ଆସନ ଖାଲି ପଡ଼ିଛି। ସେହିପରି ପିଜି ପାଠ୍ୟକ୍ରମରେ ନାମଲେଖା ଜାରି ରହିଛି। ୨୨ ତାରିଖ ଅପରାହ୍ଣ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୨୩ ତାରିଖ ସକାଳ ୯ଟାରୁ ୨୫ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ। ୩୧ ତାରିଖ ଅପରାହ୍ଣ ୨ଟାରେ ୪ର୍ଥ ରାଉଣ୍ଡ ନିମନ୍ତେ ପ୍ରୋଭିଜିନାଲ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories