www.samajalive.in
Tuesday, December 9, 2025
17.1 C
Bhubaneswar

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିଲେ ଏହି ଗାଡି

ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୧ତମ ଜୟନ୍ତୀ ଅଟେ। ୧୯ ନଭେମ୍ବର ୧୯୧୯ ଆହ୍ଲାବାଦରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତ ସହ ବିଦେଶରେ ମଧ୍ୟ ନିଜର ଛାପ ଛାଡିଥିଲେ। ଭାରତର ଲୌହ ମହିଳା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେହି ସମୟରେ ମହଙ୍ଗା କାରର ସୌଖିନ ଥିଲେ। ଇନ୍ଦିରାଗାନ୍ଧୀଙ୍କ ପାଖରେ ଅନେକ କାର ରହିଥିଲା। ଆସନ୍ତୁ ଜାଣିବା ସେହି କାର ସମ୍ବନ୍ଧରେ ଯେଉଁଥିରେ ଇନ୍ଦିରାଙ୍କୁ ସବୁବେଳେ ଦେଖିବାକୁ ମିଳୁଥିଲା।
ଆମ୍ବାସଡର :
ହିନ୍ଦୁସ୍ତାନ କମ୍ପାନୀର ଏହି କାର ସେ ସମୟରେ କେବଳ ନାମୀଦାମୀ ଲୋକଙ୍କ ପାଖରେ ରହିଥିଲା। ତାହାକୁ କିଣିବା ଓ ଠିକ ଭାବେ ରଖିବା ସହଜ ନଥିଲା। କାରଟିକୁ ସର୍ବ ପ୍ରଥମେ ୧୯୫୮ମସିହାରେ ଦେଖିବାକୁ ମିଳିଥିଲା। ତାହା ପରେ ଆମ୍ବାସଡର ଗାଡି ପାଇଁ ଲୋକଙ୍କ ଚାହିଦା ବଢିଥିଲା। ଏହାକୁ ଦେଖି ୫୫ବର୍ଷ ପର୍ୟ୍ୟନ୍ତ କାରର ପ୍ରଡକ୍ସନ କରାଗଲା। ଏହି କାରଟି ସର୍ବ ପ୍ରଥମେ ଭାରତରେ ତିଆରି ହୋଇଥିଲା।ମାରୁତି ସୁଜୁକି ୮୦୦ :
ମାରୁତି କାର ବର୍ତ୍ତମାନ ପର୍ୟ୍ୟନ୍ତ ମଧ୍ୟ ଅନେକ ଲୋକଙ୍କ ପସନ୍ଦ ରହିଛି। ଏହି କାରଟିରେ ୭୯୬ସିସିର ଦୁଇଟି ସିଲିଣ୍ଡର ଇଞ୍ଜିନ୍ ରହିଛି। ଆମ୍ବାସଡର କାର ପରି ଏହି କାର ମଧ୍ୟ ସେତେବେଳେ ଅନେକ ଲୋକପ୍ରିୟ ହୋଇଥିଲା।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories