www.samajalive.in
Monday, December 8, 2025
17.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଲାଞ୍ଚ ନେଇଛନ୍ତି: ସିବିଆଇ ଅଧିକାରୀ

ନୂଆଦିଲ୍ଳୀ: ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ସିବିଆଇ ଅଧିକାରୀ ମନୀଶ କୁମାର ସିହ୍ନା ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସିବିଆଇ ସ୍କାନରରେ ଥିବା ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନାଙ୍କୁ ବଞ୍ଚାଇବା ପାଇଁ ଜଣେ କେନ୍ଦ୍ର ମନ୍ତ୍ରୀ କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ଲାଞ୍ଚ ନେଇଛନ୍ତି ବୋଲି ଶ୍ରୀ ସିହ୍ନା କହିଛନ୍ତି।
ସିବିଆଇର ଦୁଇ ମୁଖ୍ୟଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି ହେବା ପରେ ସେମାନଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇଦେଇ ତାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅସ୍ଥାୟୀ ନିର୍ଦେଶକ ପଦରେ ଅବସ୍ଥାପିତ କରିଥିଲେ। ଶ୍ରୀ ରାଓ ଦାୟିତ୍ୱ ନେବା ପରେ କିଛି ଅଧିକାରୀଙ୍କୁ ବଦଳି କରିଥିଲେ। ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ମନୀଶ କୁମାର ସିହ୍ନାଙ୍କ ନାମ ଥିଲା। ଏହି ବଦଳି ଆଦେଶ ବିରୋଧରେ ଶ୍ରୀ ସିହ୍ନା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନର ଶୁଣାଣି ବେଳେ ଶ୍ରୀ ସିହ୍ନା କହିଥିଲେ ଯେ ତାଙ୍କ ପାଖରେ କିଛି ଏଭଳି କାଗଜପତ୍ର ଓ ପ୍ରମାଣ ରହିଛି ଯାହା ସମସ୍ତଙ୍କୁ ଚମକାଇଦେବ। ରାକେଶ ଆସ୍ଥାନାଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ତାଙ୍କୁ ବଦଳି କରାଯାଇଛି। ଏହି ସବୁ କାରଣ ଦର୍ଶାଇ ତାଙ୍କ ବଦଳି ଆଦେଶର ଶୀଘ୍ର ଶୁଣାଣି ପାଇଁ ଶ୍ରୀ ସିହ୍ନା କରିଥିବା ଆବେଦନକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଖାରଜ କରିଛନ୍ତି। ସତୀଶ ସାନା ମାମଲା ସହିିତ ନିରବ ମୋଦୀ ଓ ମେହୁଲ ଚୋକ୍ସି ମାମଲା ମଧ୍ୟ ତଦନ୍ତ ଭାର ଶ୍ରୀ ସିହ୍ନାଙ୍କ ଉପରେ ଅର୍ପଣ ଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories