www.samajalive.in
Tuesday, December 9, 2025
16.1 C
Bhubaneswar

କାରଖାନାରେ ନିଆଁ: ୪ମୃତ

ନୂଆଦିଲ୍ଲୀ: ଦିଲ୍ଲୀର କରୋଲବାଗସ୍ଥିତ ଏକ କାରଖାନାରେ ନିଆଁ ଲାଗି ୪ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଯାଇଛି। କରୋଲବାଗର ବିଡ଼ନପୁରାଠାରେ ଥିବା ଲୁଗା ଇସ୍ତ୍ରି କରାଯାଉ ଥିବା ଏକ କାରଖାନାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦ୍ୱାରା କାରଖାନାରେ କାର୍ଯ୍ୟରତ ୪ଜଣ କର୍ମଚାରୀ ଜଳିଯାଇ ପ୍ରାଣ ହରାଇଛନ୍ତି। ଅଗ୍ନିକାଣ୍ଡରେ ଅନ୍ୟ କିଛି ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ମଧ୍ୟାହ୍ଣ ୧୨ଟା ୨୨ମିରେ କାରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବିଭାଗକୁ ଖବର ଦିଆଯାଇ ଥିଲା। ଦମକଳ ଗାଡ଼ି ସେଠାରେ ପହଞ୍ଚିବା ପୂର୍ବରୁ କାର୍ଯ୍ୟରତ ୪ଜଣ ଶ୍ରମିକ ଜଳି ଯାଇ ପ୍ରାଣ ହରାଇ ଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଉପରେ ରାସାୟନିକ ତରଳ ପଡ଼ିବା ଫଳରେ ହଠାତ୍‌ ନିଆଁ ସବୁଆଡ଼େ ବ୍ୟାପି ଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories