www.samajalive.in
Monday, December 8, 2025
17.1 C
Bhubaneswar

ଇନ୍ଦିରା ଗାନ୍ଧୀଙ୍କ ଶେଷ ଅଭିଭାଷଣ

ଆଜି ଭାରତର ଲୌହ ମହିଳା ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିନ। ସମଗ୍ର ଭାରତ ବର୍ଷରେ ତାଙ୍କର ୧୦୧ତମ ଜୟନ୍ତି ପାଳନ କରାଯାଉଛି। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ ସ୍ଥିତ ‘ଆନନ୍ଦଭବନ’ରେ ସେ ଜନ୍ମ ଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରପୁରୁଷ ପଣ୍ଡିତ ଜବାହାର ଲାଲ ନେହେରୁଙ୍କର ଏକ ମାତ୍ର କନ୍ୟା ଥିଲେ। ତାଙ୍କର ପ୍ରକୃତ ନାମ ‘ଇନ୍ଦିରା ପ୍ରିୟଦର୍ଶିନୀ’। ସମସ୍ତେ ତାଙ୍କୁ ସ୍ନେହରେ ‘ଇନ୍ଦୁ’ ଡାକୁଥିଲେ।

ଇନ୍ଦିରା ଗାନ୍ଧୀ ନିଜ ମୃତ୍ୟୁର ଆଭାସ ପୂର୍ବରୁ ପାଇ ଯାଇଥିଲେ। ତେଣୁ ୧୯୮୪ ମସିହା ୩୦ ଅକ୍ଟୋବର ଦିନ ଇନ୍ଦିରା ଗାନ୍ଧୀ ନିଜ ଜୀବନର ଶେଷ ଅଭିଭାଷଣ ଦେଇଥିଲେ। ସେ ଅଭିଭାଷଣରେ କହିଥିଲେ ଯେ, ‘ ମୁଁ ଆଜି ଅଛି, କାଲି ରହିବି ନାହିଁ। ମୋତେ ଚିନ୍ତା ନାହିଁ ମୁଁ ରୁହେ କି ନ ରୁହେ। ମୋତେ ଏଥିପାଇଁ ଗର୍ବ ଲାଗୁଛି ଯେ, ମୁଁ ପୁରା ଜୀବନ ଲୋକଙ୍କର ସେବା କରିବାରେ ଅତିବାହିତ କରିଛି। ମୁଁ ନିଜ ଶେଷ ନିଃଶ୍ବାସ ପର୍ୟ୍ୟନ୍ତ ଏହି କାର୍ୟ୍ୟ କରିବି। ମୁଁ ଯେବେ ମୃତ୍ୟୁକୁ କୋଳାଗ୍ରତ କରିବି ସେବେ ମୋ ଶରୀରର ସମସ୍ତ ରକ୍ତ ବୁନ୍ଦା ଭାରତକୁ ମଜଭୂତ କରିବାରେ ଲାଗିବ।’

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories