www.samajalive.in
Thursday, December 11, 2025
23.1 C
Bhubaneswar

ଜିଲା ଦାବିରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲା ଦାବି ନେଇ ଆଜି ବନ୍ଦ ଡାକରା କ୍ରମେ ସହରରେ ଜୀବନ ଯାତ୍ରା ଠପ ହୋଇପଡିଛି l ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ନେଇ ସମସ୍ତ ଯାନ ଚଳାଚଳ ବନ୍ଦ ରହିଛି । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ କଚେରୀ ଛକ ନିକଟରେ ଟାୟାର ଜାଳି ଜାତୀୟ ରାଜପଥ ୫୯କୁ ବନ୍ଦ କରିଛନ୍ତି । ୩୧ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ନେଇ ଦାବି ହୋଇ ଆସୁଥିବାବେଳେ ବର୍ତ୍ତମାନ ପୁଣି ଥରେ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁଙ୍କ ସହର ଅଶାନ୍ତ ହୋଇଛି । ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୁତ ଏହି ବନ୍ଦ ଡାକରାରେ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁ, ଯୁଗ୍ମ ଆବାହକ ମହେଶ ମହାନ୍ତି, ବରିଷ୍ଠ ସଂଗ୍ରାମୀ ରାଜୁ ମିଶ୍ର, ଘିନୁ ଆଡଜୁଆଡ଼, ଡମ୍ବରୁ ଛତ୍ରିଆ, ସନ୍ତୋଷ ପଧାନ, ଦେବାନନ୍ଦ ସାହୁ, ପ୍ରଶାନ୍ତ ଷଡ଼ଙ୍ଗୀ, ତୁଳସୀ ସାହୁ, ମୁକେଶ ଜୈନ, ବୀରେନ୍ଦ୍ର ବାଗ, ଆଲୋକ ନାୟକ ପବିତ୍ର ସାହୁ ପ୍ରମୁଖ ଶତାଧିକ ସଂଖ୍ୟାରେ ବନ୍ଦରେ ସାମିଲ ହୋଇଛନ୍ତି ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories