www.samajalive.in
Sunday, December 7, 2025
16.1 C
Bhubaneswar

ଭକ୍ତ ଦାସିଆଙ୍କ ପୀଠର ଉନ୍ନତି କରାଯାଉ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠର ପାରିପାର୍ଶିକ ବିକାଶ ନିମନ୍ତେ ଭକ୍ତ ଦାସିଆ ପରିଚାଳନା ପରିଷଦର ସ୍ୱତନ୍ତ୍ର ବୈଠକରେ ସରକାରଙ୍କ ନିକଟରେ ଦାବି କରାଯାଇଛି। ପଞ୍ଚଦଶ ଶତାଦ୍ଦୀରୁ ଅଦ୍ୟାବଧି ଉକ୍ତ ଐତିହାସିକ ପୀଠର ସେଭଳି କୌଣସି ବିକାଶ ହୋଇନାହିଁ। ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପ୍ରଚେଷ୍ଟା ଦ୍ୱାରା ରାଜ୍ୟ ସରକାର ୨୦୦୧ରେ ଉକ୍ତ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ପୀଠର ଅଳ୍ପ କେତେକ ପାରିପାର୍ଶିକ ବିକାଶ କରାଯାଇଥିବା ବେଳେ ସ୍ୱର୍ଗତ ମହାରଥୀଙ୍କ ଅବଦାନ ତଥା ସ୍ମୃତି କମିଟିର ପ୍ରଚେଷ୍ଟା ଏବଂ ଅଞ୍ଚଳବାସୀଙ୍କ ବ୍ୟକ୍ତିଗତ ସାହାର୍ଯ୍ୟ ଓ ସହଯୋଗରେ ଏଠାରେ ନିର୍ମିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ ବିଭିନ୍ନ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଅଛି। ତେବେ ଏହି ପୀଠରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଅଦ୍ୟାବଧି କରାଯାଇନାହିଁ।
ଭକ୍ତ ଦାସିଆ ପରିଚାଳନା ପରିଷଦର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସହିଦନଗର ସ୍ଥିତ ବିଷ୍ଣୁମନ୍ଦିର ସଭାଗୃହରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସାଧାରଣ ସଂପାଦକ ଡ଼ଃ. ଘନଶ୍ୟାମ ସ୍ୱାଇଁ, କିଟ୍ +୨ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଚିତ୍ତରଞ୍ଜନ ମିଶ୍ର, ଓୟୁଏଟିର ପ୍ରାକ୍ତନ ପ୍ରଫେସର ବିଷ୍ଣୁ ଚରଣ ଜେନା, ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରାକ୍ତନ ଅଧୀକ୍ଷଣ ଯନ୍ତ୍ରୀ ଇଂ.ବସନ୍ତ କୁମାର ମିଶ୍ର, ଜଟଣୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରେମଲତା ଦେବୀ, ଭୁବନେଶ୍ୱର ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟର ପ୍ରାକ୍ତନ ମହାପ୍ରବନ୍ଧକ ବିବେକାନନ୍ଦ ମହାପାତ୍ର, ଶ୍ରୀମନ୍ତ ଦାଶ, ଅଜୟ ଦାଶ, ଦିବାକର କର, ପ୍ରଫେସର ଦୁର୍ଗାପ୍ରସାଦ ମିଶ୍ର, ରୋଟାରୀୟାନ ଡ଼ାକ୍ତର ମନୋରଞ୍ଜନ ପଟ୍ଟନାୟକ, ସମାଜସେବୀ ଜୟପ୍ରକାଶ ମିଶ୍ର, ରୋହିତ କର, ଇଂ. ପ୍ରତାପ ଚନ୍ଦ୍ର ସିଂ, ରୋଟାରୀୟାନ ଅବନୀକାନ୍ତ ପାଟ୍ଟଯୋଶୀ ପ୍ରମୁଖ ଯୋଗଦେଇଥିଲେ। ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠର ପାରିପାଶ୍ୱିର୍କ ଉନ୍ନତି ସଂପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ପୀଠ ପରିସରସ୍ଥ ଐତିହ୍ୟ ପୁଷ୍କରଣୀ ‘ଗୋଠ ଗଡ଼ିଆ’ର ପୁର୍ନଉଦ୍ଧାର, ନିକଟସ୍ଥ ରତ୍ନଚିରା ନଦୀରେ ନୌକାବିହାର, ଭକ୍ତ ନିବାସ, ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ଉଦ୍ୟାନ, ଜାତୀୟ ରାଜପଥ ଉପରେ ଏକ ଆକର୍ଷଣ ତୋରଣ ନିର୍ମାଣ, ପର୍ଯ୍ୟଟକଙ୍କ ନିମନ୍ତେ ପର୍ଯ୍ୟଟନ ବସ୍ ବ୍ୟବସ୍ଥା କରାଯିବା, ମନ୍ଦିର ପରିସରରେ ଆଲୋକିକରଣ, ପାଠାଗାର ନିର୍ମାଣ, ପୀଠସ୍ଥ ତୁଳସୀ ଉଦ୍ୟାନ ଓ ପଦ୍ମ ପୁଷ୍କରଣୀର ପୁର୍ନଉଦ୍ଧାର, ଯାତ୍ରୀବାହୀ ବସ୍ ପାଇଁ ପାର୍କିଂ ବ୍ୟବସ୍ଥା, ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ, କମ୍ୟୁନିଟି ହଲ ନିର୍ମାଣ କରାଯିବାକୁ ଅନୁଷ୍ଠାନ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଏଥିପାଇଁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବାକୁ ବୈଠକରେ ପ୍ରସ୍ଥାବ ଗୃହିତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories