www.samajalive.in
Thursday, December 11, 2025
27.1 C
Bhubaneswar

କର୍କଟ ରୋଗରୁ ଦୂରେଇ ରଖିବା ସହ ଓଜନ ହ୍ରାସ ଯାଏ ବେଶ ଉପକାରୀ କାଙ୍କଡ

ବର୍ଷା ଦିନରେ କାଙ୍କଡ ମିଳିଥାଏ। ଏହି ପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ବର୍ଷା ଦିନେ ମିଳୁଥିବା ଏହି ପରିବାକୁ ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ପୋଷକ ତତ୍ତ୍ୱରେ ଭରପୁର କାଙ୍କଡ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିରେ ଫାଇବର,ଭିଟାମିନ ବି ୬ ଆଦି ପର୍ଯ୍ୟାପ୍ତ ପରିମାଣରେ ରହିଛି। ଜାଣନ୍ତୁ କାଙ୍କଡ ଖାଇଲେ କି କି ଲାଭ ମିଳେ..
କାଙ୍କଡରେ ଭିଟାମିନ ସି ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ଫଳରେ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହି ପରିବାରେ ଫାଇବର, ଭିଟାମିନ୍‌‌ ବି୬ ଆଦି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଏହି ପରିବାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ପାଚନ ଜନିତ ସମସ୍ୟା ଦୂର ହୋଇଥାଏ। ଶରୀରରେ କୋଲେଷ୍ଟେରୋଲ୍‌‌ ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
କାଙ୍କଡରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ବ୍ରଣ ଓ କୁଞ୍ଚନ ସମସ୍ୟାରୁ ରକ୍ଷା କରିଥାଏ।
ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି,ସେମାନଙ୍କ ପାଇଁ କାଙ୍କଡ ବେଶ ଉପକାରୀ। ଏଥିରେ ଥିବା ଫାଇବର ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ। ମଧୁମେହ ରୋଗୀ ନିଜ ଖାଦ୍ୟରେ କାଙ୍କଡ ନିଶ୍ଚୟ ସାମିଲ କରନ୍ତୁ।
କାଙ୍କଡ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର ଅଧିକ ସମୟ ଯାଏଁ ପେଟ ଭର୍ତ୍ତି କରି ରଖିଥାଏ। ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ।
ନିୟମିତ ଭାବେ କାଙ୍କଡ ସେବନ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ କର୍କଟ ରୋଗ ହେବାର ସମ୍ଭାବନାକୁ କମ୍‌‌ କରିଥାଏ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories