www.samajalive.in
Monday, December 8, 2025
27.1 C
Bhubaneswar

ହାଇୱା ଧକ୍କାରେ ଯୁବକ ମୃତ ,ଟାୟାର ଜାଳି ରାସ୍ତା ଅବରୋଧ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଭାପୁର ବଜାର ପଶ୍ଚିମ ପଟେ ରାତି ବାରଟା ସମୟରେ ହାଇୱ। ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜିତ ଲୋକେ କ୍ଷତିପୂରଣ ଦାବିରେ ଭାପୁର-ଖଣ୍ଡପଡ଼ାକୁ ସଂଯୋଗ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଭାପୁର ଫାଣ୍ଡି ଅଧିକାରୀ ଏମଡି ଜାଫରୁଲ୍ଲା ଫତେଗଡ଼ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି।
ଘଟଣାରୁ ପ୍ରକାଶ ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ପିଠାଖାଇ ଗ୍ରାମର ଗାଡ଼ି ଚାଳକ ବିଜୟ ଲେଙ୍କା (୩୯)  ହାଇୱ। ଗାଡ଼ି ଚଲାନ୍ତି। ଭାପୁର ବଜାର ମୁଣ୍ଡରେ ପିଠାଖାଇ ଗ୍ରାମର ଚୈତନ୍ୟ ଲେଙ୍କାଙ୍କ ପୁଅ ବାଞ୍ଛାନିଧି ଲେଙ୍କା (୩୪) ସେହି ହାଇୱ। ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଗାଡ଼ି ଚାଳକ ବାଞ୍ଛାନିଧି ଲେଙ୍କାଙ୍କ ସମ୍ପର୍କୀୟ ଅଟନ୍ତି। ଗାଡ଼ି ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଗାଡ଼ି ନେଇ ଫତେଗଡ଼ ଥାନାରେ ଆତ୍ମସମର୍ପଣ କରିଥିଲେ। ପିଠାଖାଇ ଗ୍ରାମର ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଭାପୁର ବଜାର ମଧ୍ୟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଫତେଗଡ଼ ପୁଲିସ ସହିତ ଆରଆଇ ରଶ୍ମିତା ସାହୁ ଓ ବିଷ୍ଣୁପ୍ରିୟା ବେହେରା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କ ସହ ଆଲୋଚନା କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories