www.samajalive.in
Wednesday, December 10, 2025
26.1 C
Bhubaneswar

ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର ପ୍ରଦାନ

ନୂଆଦିଲ୍ଲୀ : ଅନେକ ସମୟରେ ଅସଦାଚରଣ ଓ ଖରାପ ବ୍ୟବହାର ମାମଲାରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଆଇପିଏସ୍‌ ବସନ୍ତ ରଥ। ଏନେଇ ପୂର୍ବରୁ ନିଲମ୍ବନ ମଧ୍ୟ ହୋଇଛନ୍ତି। ତେବେ ବାରମ୍ବାର ଅସଦାଚରଣ ମାମଲାରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି। ବସନ୍ତ ରଥଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଅବସର ଦେଇଛନ୍ତି ବୋଲି ଅଗଷ୍ଟ ୭ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି। ସରକାରୀ ଆଦେଶରେ ଦର୍ଶାଯାଇଛି ଅଲ ଇଣ୍ଡିଆ ସର୍ଭିସେସ (ଡେଥ-କମ-ଅବସର ଲାଭ) ଅଧିନିୟମ, ୧୯୫୮ ର ଧାରା ୧୬ (୩) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ଗୃହ ବିଭାଗ ମନ୍ତ୍ରଣାଳୟର କେନ୍ଦ୍ର ଶାସିତ ଅଞ୍ଚଳ ବିଭାଗ ସହିତ ପରାମର୍ଶ କରି ଏହି ନିର୍ଦେଶ ଜାରି କରିଛନ୍ତି। ୨୦୦୦ ବ୍ୟାଚର ଅରୁଣାଚଳ ପ୍ରଦେଶ, ଗୋଆ-ମିଜୋରାମ ଏବଂ ୟୁନିଅନ ଟେରିଟୋରୀ କ୍ୟାଡରର ବସନ୍ତ ରଥ ଜଣେ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ। ତେବେ ବସନ୍ତ କୁମାର ରଥଙ୍କୁ ୩ ମାସ ଦରମା ଏବଂ ଭତ୍ତା ପ୍ରଦାନ କରି ତୁରନ୍ତ ଅବସର ପ୍ରଦାନ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories