କଳାହାଣ୍ଡିରୁ ଉଡ଼ିବ ବିମାନ; ଉତ୍କେଲା ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ
ଭୁବନେଶ୍ୱର: ଖୁବ୍ଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ। ଉତ୍କେଲାରୁ ବିମାନ ଉଡ଼ିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡଜିସିଏ) ଅନୁମତି ପ୍ରଦାନ କରିଛି। ଉତ୍କେଲା ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଟ୍ବିଟ୍ କରି ଖୁସି ପ୍ରକାଶ କରିଛନ୍ତି। ଉତ୍କେଲାରୁ ଭୁବନେଶ୍ବରକୁ ଖୁବଶୀଘ୍ର ଉଡ଼ାଣ ଆରମ୍ଭ ହେବ। ଏହାଦ୍ବାରା ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି।
Glad to share that #UtkelaAirport in #Kalahandi district has received DGCA license to start flight operations. Soon flight operations will commence to #Bhubaneswar. It will boost connectivity, commerce & tourism, fulfilling aspirations of people of the region. pic.twitter.com/cWpGpcxXzt
— Naveen Patnaik (@Naveen_Odisha) August 7, 2023
ସୂଚନାଯୋଗ୍ୟ, ଗତମାସ ଡିଜିସିଏ ଟିମ୍ କଳାହାଣ୍ଡି ପହଞ୍ଚି ବିମାନ ଉଡ଼ାଣ ନେଇ ଉତ୍କେଲା ବିମାନବନ୍ଦରରେ ସ୍ଥିତି ଅନୁଧ୍ୟାନ କରିଥିଲା।
Comments are closed.