www.samajalive.in
Monday, December 8, 2025
27.1 C
Bhubaneswar

ଟମାଟୋ ଚାଷୀଙ୍କ ୪୦ ଲକ୍ଷ ଟଙ୍କା ଲାଭ – କିଣିଲେ ଏମିତି ଗାଡି

ବେଙ୍ଗାଲୁର- ଟମାଟୋ କିଣିବା ପାଇଁ ସାଧାରଣ ଗ୍ରାହକ ଭୟ କରୁଥିବା ବେଳେ , ଏହା କିଛି ଲୋକଙ୍କର ଭାଗ୍ୟ ପରିବର୍ତ୍ତିନ କରିଦେଇଛି । କର୍ଣ୍ଣାଟକର ଜଣେ ଯୁବ ଚାଷୀ ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ । ଏଥିରେ ସେ ୪୦ ଲକ୍ଷ ଟଙ୍କା ଲାଭ କରିଛନ୍ତି । କର୍ଣ୍ଣାଟକ ଚାରଜାନଗର ଜିଲ୍ଲାର ରାଜେଶ ନାମକ ବ୍ୟକ୍ତି ୪୦ ଲକ୍ଷ ଟଙ୍କା ଲାଭ କରିବା ପରେ ଏବେ ଏକ ଏସ୍‌ୟୁଭି କିଣିଛନ୍ତି ।

୧୨ ଏକର ଜମିରୁ ସେ ୮୦୦ ବସ୍ତା ଟମାଟୋ ଆମଦାନୀ କରିଥିବା କହିଛନ୍ତି । ଏଥିରୁ ସେ ୪୦ ଲକ୍ଷ ଟଙ୍କା ଲାଭ କରିଥିଲେ । ଏହାପରେ ଏକ ଏସ୍‌ୟୁଭି କିଣିଛନ୍ତି । ସେ ତାଙ୍କ ଜମି ଉପରେ ବିଶ୍ୱାସ କରୁଥିବା କହିଛନ୍ତି ।

- Advertisement -

ସେ ଭୂମି ଉପରେ ବିଶ୍ୱାସ କରୁଥିବା କଥା କହିଛନ୍ତି । ଭୂମି ଉପରେ ବିଶ୍ୱାସ ହିଁ ତାଙ୍କୁ ସଫଳତା ଧନ ଏବଂ ଲକ୍ଷ୍ମୀ ପ୍ରଦାନ କରିଥିବା କଥା ରାଜେଶ କହିଛନ୍ତି । ସେ ଅବିବାହିତ ଅଛନ୍ତି । ଏବେ ଗାଡି କିଣିବା ପରେ ସେ ବିବାହ ପାଇଁ ଚିନ୍ତା କରିଛନ୍ତି । କିଛି ଦିନ ତଳେ ଏହି ଅଞ୍ଚଳର ଆଉ ଜଣେ ଚାଷୀ ଟମାଟୋ ବିକି ୩୮ ଲକ୍ଷ ଟଙ୍କା ଲାଭ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories