କଲ୍ୟାଣସିଂହପୁର: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ରବିବାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ଉପରସାଜା କଲଭର୍ଟ ଭୁଶୁଡ଼ିବା ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ଶିକରପାଇ ପଞ୍ଚାୟତ ଅଧିନସ୍ଥ ଉପରସାଜାରେ କଲଭର୍ଟ ଭୁଶୁଡ଼ି ୪ଶିଶୁ ସମେତ ମୋଟ୍ ୫ଜଣଙ୍କ ମୃତ୍ୟୁ ଘଟଣାରେ ସାଂସଦ ଦୁଃଖ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମରେ ରାସ୍ତା, ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ କିପରି ହେବ ସେ ବିଷୟ ନେଇ ମୁଁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବି । ମୃତ୍ୟୁକଙ୍କ ପରିବାରକୁ ଆଉ ୫୦ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିବି ବୋଲି କହିଛନ୍ତି ସାଂସଦ ସପ୍ତଗିରି ଉଲାକା ।
ପ୍ରକାଶ ଥାଉ କି, ଗତ ସୋମବାର ୩୧ତାରିଖ ଦିନ ଲଗାଣ ବର୍ଷା ଯୋଗୁଁ କଟଲପାଡୁଠାରୁ ତଳସାଜା ଦେଇ ଉପରସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା । ଉପର ସାଜା ନିକଟରେ ଥିବା ଜାପିଙ୍ଗ ନାଳରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ ସେଣ୍ଟିଙ୍ଗ ପକାଇଥିଲେ । ଉକ୍ତ ଗ୍ରାମର ୫ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ । ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇ ଥିବାରୁ ତାହା ଗାଧୋଉଥିବା ଲୋକଙ୍କ ଉପରେ ପଡ଼ି ଯାଇଥିଲା । ଏଥିରେ ୪ଶିଶୁ ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅନ୍ୱେଷ କୁଲିସିକାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରି ଯୋଗାଇଥିବା ବେଳେ ଆଜି ସାଂସଦ ଗସ୍ତ କରିଛନ୍ତି। ତାଙ୍କ ସହ କଂଗ୍ରେସ ଦଳୀୟ ବ୍ଲକ ସଭାପତି କୋଟା ସୁରିୟା ରାଓ, ସାଂସଦ ପ୍ରତିନିଧି କୁମାର ସ୍ବାମୀ କୌଶଲ୍ୟା, ଜିଲା ଏସପିର ଉପ ସଭାପତି ଚିତ୍ତ ରଞ୍ଜନ ଗାଣ୍ଟ।, ଯୁବ ସଭାପତି କିରଣ ରତ୍ନାଲୁ, ଚାମୀଆ ଲୋରା ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।



