www.samajalive.in
Tuesday, December 9, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବୀପତ୍ର ପ୍ରଦାନ

କଟକ :  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆନୁକୂଲ୍ୟରେ କଟକ ସଦର ଓ ମହାନଗର ନିଗମର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ୩ ଦଫା ଦାବୀ ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ସଦର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ସନସାଇନ୍
ପଡ଼ିଆ ଠାରୁ ବାହାରିଥିବା ଏହି ଶୋଭାଯାତ୍ରାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତପୂର୍ଣ୍ଣ ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ
ପହଞ୍ଚି ଗୋଷ୍ଠୀ ଶିକ୍ଷାଧିକାରୀ ସରସ୍ୱତୀ କାନୁନଗୋଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବୀପତ୍ର ପ୍ରଦାନ କରିଥିଲେ।

ପରେ ଶତାଧିକ ଶିକ୍ଷକଙ୍କୁ ଉପସ୍ଥିତ ନେତୃମଣ୍ଡଳୀ ଉଦବୋଧନ ଦେବା ସହ ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନିନ୍ଦା କରିଥିଲେ। ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଠିକା ଉଚ୍ଛେଦ କରିନାହାନ୍ତି । ଏଥିାଇଁ ଦୀର୍ଘ ୮ ମାସ ଧରି ଭୁବନେଶ୍ୱରରେ ଆନ୍ଦୋଳନ ଚାଲୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ ସର୍ବନିମ୍ନ ୨୨୦୦ ଗ୍ରେଡ଼୍ ପେ’ ରେ ଦରମା ଦିଆଯାଉଛି ଯାହା ଭାରତରେ ସର୍ବନିମ୍ନ । ଅଗଷ୍ଟ ୧୫ ସୁଦ୍ଧା ସରକାର ଯଦି ୩ ଦଫା ଦାବୀ ପୂରଣ ନ କରନ୍ତି, ତେବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅଗଷ୍ଟ ୧୬ ତାରିଖରୁ ସାମୂହିକ ଛୁଟି ନେଇ ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସ୍ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଉଚ୍ଛେଦ କରିବା, କଳା ଓ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ୍ ୯ ଗ୍ରେଡ଼୍ ପେ’ ୪୨୦୦ ଅନୁାୟୀ) ପ୍ରଦାନ କରିବା ଏବଂ  ନୂତନ ନେସନ୍ ପ୍ରଥା ଉଚ୍ଛେଦ କରି ପୁରୁଣା ନେସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ନେଇ ଦାବୀପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନେତୃମଣ୍ଡଳୀ ମିନତୀ ଧଳ, ସୌର୍ଯ୍ୟ ରଞ୍ଜନ ଦାସ, ନିଗମ ମହାନ୍ତି, ସୁନିଲ କୁମାର ସେନାପତି, ପ୍ରଭାତ କୁମାର ଷଡଙ୍ଗୀ, ଉମାକାନ୍ତ ବେହେରା, ନିକୁଞ୍ଜ କିଶୋର ସ୍ୱାଇଁ, ଆରତ ଭଞ୍ଜନ ସାହୁ, ରାଜକିଶୋର ସାହୁ, ଅଜୟ ବାରିକ, ଅନାଥ ବେହେରା, ଅଜିତ୍ ସେନାପତି, ଶରତ ଚନ୍ଦ୍ର ଦାସ, ବାସୁଦେବ ନାୟକ, ଏସ୍.କେ. ରକିବ୍ ମହମ୍ମଦ, ପ୍ରଭାତ ଜେନା, ରେନୀ ନନ୍ଦ, ଶଙ୍କର ସ୍ୱାଇଁ, ବିରଞ୍ଚି ବେହେରା, ସୁବାସ ଚନ୍ଦ୍ର ଶତପଥୀ, ସୟଦ୍ କାଶିଫୁଲ ଇସଲାମ୍, ସନ୍ତୋଷ ପ୍ରଧାନ,ମାଧବାନନ୍ଦ ଦାସ, ସାଜିଦ୍ ଅଲ୍ଲୀ ଖାଁ, ସଙ୍ଗୀତା ଦାଶ, ଭାରତୀ ପଦ୍ମଜା ମହାନ୍ତି, ସ୍ୱାଗତିକା ନାୟକ, ତୋଫାନୀ ବେହେରା, ବିରଜା ମିଶ୍ର, ଏସ୍. କେ. ସିରାଜ, ଦେବେନ୍ଦ୍ର ମୋହନ ଗମାଙ୍ଗ, ମଧୁସ୍ମିତା ଷଡ଼ଙ୍ଗୀ, ଜ୍ୟୋତିରେଖା ମହାନ୍ତି, ଜ୍ୟୋତି ସାହୁ, ଏସ୍. କେ. ଅବଦୁଲ୍ ବୁରହାନ୍, ସନାତନ ବେହେରା, ରୁକସାନା ବେଗମ୍, ସାହିନା ସାଫି ପ୍ରମୁଖ ଶିକ୍ଷକମାନଙ୍କର ଦାବି ପୂରଣ ନେଇ ମତ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories