www.samajalive.in
Tuesday, December 9, 2025
16.1 C
Bhubaneswar

ମୁହଁରେ କଳାପଟି ବାନ୍ଧି ୫-ଟି ସଚିବଙ୍କ ଗସ୍ତକୁ କଂଗ୍ରେସର ବିରୋଧ

ଦେଓଗାଁ: ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ବ୍ଲକକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସାତ ଦିନ ଭିତରେ ଖୁସି ଖବର ଆସିବ ବୋଲି ଲୋକଙ୍କୁ କହିଛନ୍ତି। କିନ୍ତୁ ଦେଓଗାଁ ବ୍ଲକ କଂଗ୍ରେସ କମିଟି ମୌନ ବ୍ରତ କରି ଏହାକୁ ବିରୋଧ କରିଛି। ୪ଟାରେ ଜାରସିଂହା ଖେଳ ପଡ଼ିଆଠାରେ ଜନ ଅଭିଯୋଗ ଶିବିରରେ ଯୋଗଦେଇ ଅଭିଯୋଗ ଶୁଣିବାକୁ ଥିବାବେଳେ ସଚିିିବଙ୍କ ଗସ୍ତ ପୂର୍ବରୁ ମୁହଁରେ କଳାପଟି ବାନ୍ଧି ଜାତୀୟ ରାଜପଥ ୨୬ ଦେଓଗାଁ ଉପରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଚିନିକଳ କାର୍ଯ୍ୟକ୍ଷମ, ବ୍ରିଜ ନିର୍ମାଣ ସହ ବିଭିନ୍ନ ଦାବୀ ନେଇ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ଘଟଣା ସ୍ଥଳରେ ଦେଓଗାଁ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories