www.samajalive.in
Tuesday, December 9, 2025
17.1 C
Bhubaneswar

ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ମୁଣ୍ଡ ଫାଟିଲା

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି। ଘଟଣା ଅନୁସାରେ ବଡପଥରା ଆରଆଇ ଦୟାନିଧି ରାଉତ ସପଞ୍ଚୁଆ ଅଞ୍ଚଳର ନିଷିଦ୍ଧ ଅଞ୍ଚଳରୁ ବେଆଇନ ପଥର ଚାଲାଣ ହେଉଥିବା ବାବଦରେ ସୂଚନା ପାଇ ଶନିବାର ସକାଳେ ଯାଉଥିବାବେଳେ ସୁବର୍ଣ୍ଣମଞ୍ଜରୀ ଫରେଷ୍ଟ ବିଟ କାର୍ଯ୍ୟାଳୟ ନିକଟରେ ପଥର ମାଫିଆ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା । ଖବର ପାଇ ତହସିଲଦାର ଅଙ୍କୁର ଅଭିଳାଷ ଅନ୍ୟମାନଙ୍କ ସହ ପହଞ୍ଚି ଥିଲେ। ଆରଆଇଙ୍କୁ ଉଦ୍ଧାର କରାଯାଇ ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ପୁଲିସ କୌଣସି କାରଣରୁ ଧାର୍ଯ୍ୟ ତାରିଖର ଦୁଇ ସପ୍ତାହ ପରେ ଗତ ଜୁଲାଇ ୧୭ ତାରିଖରେ ସପଞ୍ଚୁଆ ସମେତ ଅନ୍ୟ ୬ଟି ପଞ୍ଚାୟତର ପରିବେଶ ସମ୍ବେଦନଶୀଳ ଅଞ୍ଚଳର ପଥର ଖଦାନ ମାନଙ୍କରେ ୧୪୪ ଧାରା ଜାରି କରିଥିଲା। ବିଳମ୍ବ ସୁଯୋଗରେ ସେତେବେଳେ ମାଫିଆ ମାନେ ୧୪୪ ଜାରିହେବା ଭିତରେ ଦୁଇଥର ପଥର ବ୍ଲାଷ୍ଟିଂ କରିଥିଲେ। ପରଦିନ ତସହିଲ ପକ୍ଷରୁ ସୁବର୍ଣ୍ଣମଞ୍ଜରୀ ନାମକ ଅଞ୍ଚଳର ନିଷିଦ୍ଧ ଖଦାନ ନିକଟରୁ ଏକ ବହୁ ମୂଲ୍ୟବାନ କଂପ୍ରେସର ମେସିନ ଜବତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories