www.samajalive.in
Tuesday, December 9, 2025
17.1 C
Bhubaneswar

ହାଇକୋର୍ଟ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି : ବଞ୍ଚିତ ବର୍ଗକୁ ସୁବିଧାରେ ନ୍ୟାୟ ପ୍ରଦାନ ଆମ କର୍ତ୍ତବ୍ୟ ହେବା ଉଚିତ୍‌

କଟକ: ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ଉପରେ ସମ୍ବିଧାନରେ ପ୍ରାଥମିକତା ଦେବା ଉଚିତ । ବଞ୍ଚିତ ବର୍ଗକୁ ସୁବିଧାରେ ନ୍ୟାୟ ପ୍ରଦାନ ଆମ କର୍ତ୍ତବ୍ୟ ହେବା ଉଚିତ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି। କିଛି ଆଇନଜୀବୀ ବିନାମୂଲ୍ୟରେ ଆଇନ ଯୋଗାଉଛନ୍ତି। ଏହା ବଂଚିତ ବର୍ଗଙ୍କୁ ଉଚିତ୍ ନ୍ୟାୟ ଦେବାରେ ସହାୟକ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି। ଏହି ଅବସରରେଓଡ଼ିଶା ହାଇକୋର୍ଟର ୭୫ବର୍ଷର ସୁଦୀର୍ଘ ଯାତ୍ରା ଉପରେ ସେ ଆଲୋକପାତ କରିଥିଲେ। ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଏକ ସ୍ମରଣୀୟ ଦିନ । ମାତ୍ର ୪ ଜଣ ବିଚାରପତିଙ୍କୁ ନେଇ ଆରମ୍ଭ ହୋଇଥିଲା ଓଡ଼ିଶା ହାଇକୋର୍ଟ। ଏବେ ହାଇକୋର୍ଟରେ ୩୩ ଜଣ ବିଚାରପତି ରହିଛନ୍ତି । ଅନେକ ସଫଳ ବିଚାରପତିଙ୍କୁ ସୃଷ୍ଟି କରିଛି ଓଡ଼ିଶା ହାଇକୋର୍ଟ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ କଥା ମନେପକାଇବା ସହିତ କାରଗିଲ ବିଜୟ ଦିବସ ଅବସରରେ ସହିଦଙ୍କ ସ୍ମୃତି ଚାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories