www.samajalive.in
Monday, December 8, 2025
17.1 C
Bhubaneswar

କମେଣ୍ଟ ମରାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଫାଟକରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହପାଠୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ରକରି ଅସନ୍ତୋଷ ଅଭିଭାବକ ସ୍କୁଲ ଫଟକରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ଏହାର ଫଳ ସ୍ୱରୂପ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବାହାରେ ଠିଆ ହୋଇଥିଲେ। ଏହାଦ୍ବାରା ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଖେଳ ଛୁଟି ସମୟରେ ଦୁଇ ସହପାଠୀ ଛାତ୍ରଛାତ୍ରୀ ମଧ୍ୟରେ କମେଣ୍ଟ ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା।

 

- Advertisement -

ଏହି ଘଟଣାକୁ କେନ୍ଦ୍ରକରି ଆଜି ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇଦେଇ ପ୍ରତିବାଦ ଜଣାଇଥିଲେ। ଏପରିକି ଶିକ୍ଷକମାନେ ବୁଝାସୁଝା ପରେ ବି ଫାଟକ ଖୋଲିନଥିଲେ। ଫଳରେ ୭ଜଣ ଶିକ୍ଷକଙ୍କ ସମେତ ସ୍କୁଲର ୨୨୫ଜଣ ଛାତ୍ର ଛାତ୍ରୀ ବାହାରେ ପ୍ରାୟ ୨ଘଣ୍ଟା ଖରାରେ ଠିଆ ହେବାକୁ ବାଧ୍ୟ ହୋଇଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟ ବାହାରେ ଠିଆ ହେବା ପରେ ସ୍କୁଲ ଫାଟକ ଖୋଲିଥିଲା। ସ୍କୁଲ ବାହାରେ ଖରରେ ଠିଆ ହେବାରୁ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପୁରୁଣା କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories