www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ

ଗୋପାଳପୁର: ବ୍ରହ୍ମପୁର ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ତୃତୀୟ ସମାବର୍ତ୍ତନ ଉତ୍ସବ ଲାଉଡିଗାଁ ସ୍ଥିତ ଆଇଜର କ୍ୟାମ୍ପସ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ନିର୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲିଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରକ୍ଷା ମନ୍ତ୍ରାଳୟର ପୂର୍ବତନ ସଚିବ ଡ.ଜି ଶତିସ ରେଡ୍ଡୀ ଯୋଗଦେଇଥିଲେ। ଏହି ଅବସରରେ ଡ.ରେଡ୍ଡୀ କହିଥିଲେ ଯେ ଗୋଟିଏ ଦେଶରେ ଯେତେ ପରିମାଣରେ ଗବେଷକ ଓ ବୈଜ୍ଞାନିକ ସଂଖ୍ୟା ବୃଦ୍ଧି ହେବ, ସେହି ଦେଶ ସେତେ ସୃଦୃଢ ଓ ଶସକ୍ତ ହୋଇପାରିବ। ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଦେଶ ଏକ ଲକ୍ଷରୁ ଅଧିକ ସଫଳତା ହାସଲ କରିଥିବା ବେଳେ ଏହିପରି ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଓ ଗବେଷଣା ପ୍ରତି ଉତ୍ସାହ ଦେଶର ବିକାଶକୁ ଆଉ ଏକ ମାଇଲଖୁଣ୍ଟ ଆଡକୁ ନେଇଯିବ।

ବ୍ରହ୍ମପୁର ଆଇଜରର ପରିବେଶ ବିଜ୍ଞାନ ଗବେଷଣାର ବିଦ୍ୟାର୍ଥୀଙ୍କ ପାଇଁ ବେଶ ସୌହାର୍ଦ୍ୟପୂର୍ଣ୍ଣ ରହିଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଏହା ଦେଶର ଏକ ସର୍ବୋଚ୍ଚ ବିଜ୍ଞାନ ଓ ଗବେଷଣା କେନ୍ଦ୍ର ଭାବେ ପରିଗଣିତ ହେବ ବୋଲି ପ୍ରକାଶ କରିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଆଇଜର ଚେୟାରମେନ ସୁଧିର ଉତ୍ତମଲାଲ ମେହେତା ଆଭାସୀ ମାଧ୍ୟମରେ ଯୋଗଦେଇ କମ ସମୟ ଭିତରେ ଆଇଜର ଓ ଏହାର ବିଦ୍ୟାର୍ଥୀଙ୍କ ସଫଳତା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଚଳିତ ବର୍ଷ ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ ଲାଭ କରିଥିବା ୧୨୦ ଜଣ ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

- Advertisement -

ଅନ୍ୟପଟେ ଚଳିତ ଥର ଏହି ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ଲାଭ କରିଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ବିଭିନ୍ନ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବେଶ ସହାୟକ ହେବେ ବୋଲି ବ୍ରହ୍ମପୁର ଆଇଜର ନିର୍ଦେଶକ ପ୍ରଫେସର ଗାଙ୍ଗୁଲି ମତପୋଷଣ କରିଥିଲେ। ସେହିପରି କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଡିନ ପ୍ରଫେସର ଯୋଗେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଦିପ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories