www.samajalive.in
Monday, December 8, 2025
27.1 C
Bhubaneswar

ସୁପ୍ରିମ କୋର୍ଟରେ ରାଫେଲ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବୁଧବାର ସୁପ୍ରିମ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ରାଫେଲ ସମ୍ପର୍କିତ ଦସ୍ତାବିଜ ଉପରେ ମାନ୍ୟବର କୋର୍ଟ ଆଜି ଶୁଣାଣି କରିବେ। ୩୬ଟି ଯୁଦ୍ଧ ବିମାନର କ୍ରୟ ପ୍ରକ୍ରିୟା ଓ ଏହାର ସୁଫଳ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ଏହା ଉପରେ ସୁପ୍ରିମ କୋର୍ଟ ତର୍ଜମା କରିବ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ କେ କୌଲ, ଜଷ୍ଟିସ କେ ଏମ ଜୋସେଫ ଏହି ମାମଲାର ଶୁଣାଣି କରିଛନ୍ତି।
ସୁପ୍ରିମ କୋର୍ଟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କ ପକ୍ଷ ରଖିଛନ୍ତି। ଭାରତରେ ପ୍ରଥମେ ୧୦୮ଟି ଯୁଦ୍ଧ ବିମାନ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ଥିଲା। ୨୫ମାର୍ଚ୍ଚ ୨୦୧୫ରେ ଦୋସାଲ ଓ ହାଲ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ମଧ୍ୟରେ ୯୫ ପ୍ରତିଶତ ଆଲୋଚନା ସଫଳ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ମଧ୍ୟ ଦିଆଯାଇ ଥିଲା। ଏହାର ଠିକ୍‍ ୧୫ ଦିନ ପରେ ପ୍ରଧାନମନ୍ତ୍ରୀ ରାଫେଲକୁ ନେଇ କେବଳ ୩୬ଟି ଯୁଦ୍ଧ ବିମାନ କ୍ରୟ ପାଇଁ ନୂଆ ଡିଲ କଲେ। ଏହି ଡିଲରେ ମେକ ଇନ ଇଣ୍ଡିଆ ଅନ୍ତର୍ଗତ ଭାରତରେ ପ୍ରସ୍ତୁତ ହେବାକୁ ଥିବା ରାଫେଲ ଯୁଦ୍ଧ ବିମାନ ସମ୍ପର୍କିତ ଡିଲକୁ ଅଡ଼େଇ ଦିଆଯାଇ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଡିଲ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମଧ୍ୟ ଜଣା ନଥିଲା। ରାତାରାତି ରାଫେଲ ବିମାନର ପରିମାଣ ୧୦୮ରୁ ୩୬କୁ ହ୍ରାସ ପାଇଥିଲା। ଉକ୍ତ ବିମାନର ରକ୍ଷଣାବେକ୍ଷଣ ଦାୟିତ୍ୱ ରିଲାଏନ୍ସକୁ ପ୍ରଦାନ କରାଗଲା। ଅପରପକ୍ଷରେ ସରକାର କହିଲେ ବିମାନର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାକୁ ଦିଆଯିବ ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗକୁ କୌଣସି ସୂଚନା ଦିଆଯାଇ ନଥିଲା। ତେବେ ପ୍ରତିରକ୍ଷା କ୍ଷେତ୍ରରେ ନିୟମକୁ ତର୍ଜମା କଲେ ପ୍ରତିରକ୍ଷା ବିଭାଗର ବିନା ଅନୁମତିରେ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପ୍ରଦାନ କରାଯାଇ ପାରେନା। ତେଣୁ ରିଲାଏନ୍ସକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିବାକୁ ସରକାର ନିୟମରେ ପରିବର୍ତ୍ତନ କରିବା ସହ ଏହାକୁ ତ୍ୱରିତ ବେଗରେ ଲାଗୁ ମଧ୍ୟ କରି ଦେଇଥିଲେ।
ପ୍ରଶାନ୍ତ ଭୂଷଣ ରାଫେଲ ଯୁଦ୍ଧ ବିମାନର ମୂଲ୍ୟକୁ ନେଇ ଗୋପନୀୟତା ଭାରତର ସୁରକ୍ଷା ପ୍ରତି ବିପଦ ବୋଲି ଯେଉଁ ଯୁକ୍ତି ଦର୍ଶାଉଛନ୍ତି ତାହା ମଧ୍ୟ ମିଥ୍ୟା ବୋଲି ଯୁକ୍ତି ଦର୍ଶାଇଛନ୍ତି। କାରଣ ପୂର୍ବରୁ ୨ଥର ସରକାର ସଂସଦରେ ରାଫେଲ ବିମାନର ମୂଲ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଆପ୍‍ ଦଳ ପକ୍ଷରୁ ମଧ୍ୟ ଆଇନଜୀବୀ ଏହିୀ ପ୍ରସଙ୍ଗରେ ନିଜ ପକ୍ଷ ରଖିଛନ୍ତି। କେନ୍ଦ୍ର ସରକାର ସଂସଦରେ ରାଫେଲର ମୂଲ୍ୟ ସମ୍ପର୍କରେ ସୂଚନା ଦେଇଥିବା ପ୍ରମାଣ କୋର୍ଟରେ ଦାଖଲ କରିଥିଲେ ଆପର ଆଇନଜୀବୀ। ୧୮ମାର୍ଚ୍ଚ ୨୦୧୬ରେ ପ୍ରତିରକ୍ଷା ବିଭାଗ ଦ୍ୱାରା ସଂସଦରେ ଉଠିଥିବା ଏକ ପ୍ରଶ୍ନର ଉତ୍ତର ଆଜି ମଧ୍ୟ ଲିପିବଦ୍ଧ ହୋଇ ରହିଛି। ୨୦୧୬ ସେପ୍ଟେମ୍ବରରେ ଆଇଜିଏ ଏହି ଦସ୍ତାବିଜରେ ହସ୍ତାକ୍ଷର କରି ପ୍ରଶ୍ନ ପଚାରିଥିବା ସାଂସଦଙ୍କୁ ଏହା ପ୍ରଦାନ ମଧ୍ୟ କରିଛନ୍ତି। ଏଥିରେ ପ୍ରତିରକ୍ଷା ବିଭାଗ ରାଫେଲ ବିମାନ,ବିମାନର ରକ୍ଷଣାବେକ୍ଷଣ ଓ ଏଥିରେ ଖଞ୍ଜା ହେବାକୁ ଥିବା ଯୁଦ୍ଧାସ୍ତ୍ରର ମୂଲ୍ୟ ୬୭୦କୋଟି ବୋଲି ଉଲ୍ଲେଖ କରାଯାଇଛି।
ଏପରିକି ରାଫେଲ ଯୁଦ୍ଧ ବିମାନର ଡିଲକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଅଭିଦନକାରୀ ପକ୍ଷ ଓକିଲ। ତରବରିଆ ଭାବେ ରାଫେଲ ଯୁଦ୍ଧ ବିମାନକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ଆଇନଜୀବୀ ଯୁକ୍ତି ବାଢିଥିଲେ। ୨୦୧୫ମେରେ ରାଫେଲ ଯୁଦ୍ଧ ବିମାନକୁ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ଆଲୋଚନା ଆରମ୍ଭ ହେଲା ବୋଲି କେନ୍ଦ୍ର ସରକାର କୋର୍ଟରେ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତେବେ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କରେ ସର୍ବସାଧାରଣରେ ଘୋଷଣା କରି ଦେଇଥିଲେ।
ରାଫେଲ ଯୁଦ୍ଧ ବିମାନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏହି ଡିଲର ଏକାଧିକ ପ୍ରକ୍ରିୟାରେ ନିୟମ ପାଳନ କରାଯାଇ ନଥିବା ଦର୍ଶା ଯାଇଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଫ୍ରାନ୍ସ ସରକାର ଏହି ଡିଲରେ କୌଣସି ଗ୍ୟାରେଣ୍ଟି ନନେବାକୁ ନେଇ ପ୍ରଶ୍ନ ଉତ୍ଥାପନ କରାଯାଇଛି। ଭାରତ ଏତେଗୁଡିକ ଟଙ୍କା ବିନିଯୋଗ କରୁଥିବାବେଳେ ଫ୍ରାନ୍ସ ସରକାର ବିମାନକୁ ନେଇ କୌଣସି ଗ୍ୟାରେଣ୍ଟି ନଦେବା ବାସ୍ତବରେ ସନ୍ଦେହଜନକ ବୋଲି ଆଇନଜୀବୀ ପକ୍ଷରୁ ପାଲଟା ଯୁକ୍ତି କରାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories