www.samajalive.in
Wednesday, December 10, 2025
26.1 C
Bhubaneswar

ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲା : ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନ ରଖିବା ଲାଗି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ଏହି ରାୟର ପୁନର୍ବିଚାର କରିବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଗତ ସେପ୍ଟେମ୍ବର ୨୮ରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ପୌର ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଥିଲେ। ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପୌର ନିର୍ବାଚନ ସଂପର୍କିତ ଏହି ପୁନର୍ବିଚାର ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଆଗାମୀ ଦିନରେ ଓଡ଼ିଶାର ପୌର ଓ ପଞ୍ଚାୟତ ସଂସ୍ଥାଗୁଡ଼ିକର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନିର୍ଦ୍ଧାରଣ କରିବ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଖାରଜ ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲିଯିବ।
ଇତିମଧ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଅବଧି ଶେଷ ହୋଇଥିବାରୁ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୩୦ରେ ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରିଛନ୍ତି। କଟକ ଓ ଭୁବନେଶ୍ୱର ମହାନଗର ନିଗମ ସମେତ ବାକି ୨୭ଟି ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୧୯ ଫେବୃୟାରୀ ୧୩ ତାରିଖ ସୁଦ୍ଧା ସରୁଛି। ପୌର ନିର୍ବାଚନରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନ ରଖିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ପୌର ଆସନ ସଂରକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଆସନ୍ତା ପୌର ନିର୍ବାଚନ ପାଇଁ କରାଯାଇଥିବା ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥାରେ ୯୦ଟି ପୌର ସଂସ୍ଥା ମଧ୍ୟରୁ ୫୫ଟିରେ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ରହିଛି। ଓଡ଼ିଶା ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବାକୁ ହେଲେ ଆବଶ୍ୟକୀୟ ପୌରାଞ୍ଚଳ ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ର ସଂଶୋଧନ ସମୟ ସାପେକ୍ଷ ବୋଲି ରିଭ୍ୟୁ ପିଟିସନରେ ଦର୍ଶାଯାଇଛି। ପୂର୍ବରୁ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆସନ ସଂରକ୍ଷିତ ରହୁଥିବାବେଳେ ହାଇକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ପରେ ଏହା ଆପେ ୧୧ ପ୍ରତିଶତକୁ ଖସି ଆସିବ। ପୂର୍ବ ସଂରକ୍ଷଣ ହାର ଅନୁଯାୟୀ ଓଡ଼ିଶାରେ ପୌର ନିର୍ବାଚନ କରାଇବା ଅନୁମତି ଦେବା ପାଇଁ ରିଭ୍ୟୁ ପିଟିସନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories