www.samajalive.in
Monday, December 8, 2025
27.1 C
Bhubaneswar

ମୋହନାରେ ବ୍ୟାପୁଛି ଆଖିଧରା ରୋଗ , ଆତଙ୍କିତ ଅଭିଭାବକ

ମୋହନା / ଚାନ୍ଦିପୁଟ  : ସାରା ରାଜ୍ୟରେ ବର୍ତ୍ତମାନ ଆଖିଧରା ରୋଗ କାୟା ବିସ୍ତାର କରି ଚାଲିଛି। ଗଜପତି ଜିଲ୍ଲାର ମୋହନାରେ ଗତ ୪ଦିନ ମଧ୍ୟରେ ଅନେକଙ୍କୁ ସଂକ୍ରମଣ ହୋଇ ଚକ୍ଷୁ ପିଡା ରୋଗର ଶିକାର ହୋଇଥିବା ବେଳେ ମୋହନା ସରକାରୀ ଏସଏସଡି ହାଇସ୍କୁଲର ଛାତ୍ରାବାସର ଅନ୍ତେବାସୀଙ୍କୁ ଆଖିଧରା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବର୍ତମାନ ସୁଦ୍ଧା ୫୩ ଜଣ ଛାତ୍ର ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ସେହିପରି ଲୁଡରୁ ଆଶ୍ରମ ବିଦ୍ୟାଳୟର ୭ ଜଣ ଅନ୍ତେବାସୀ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିବା ସହ ବିଦ୍ୟାଳୟକୁ ସୁଅ ଛୁଟିଛି । ଭୟରେ ଅନେକ ଅଭିଭାବକ ମାନେ ନିଜ ପିଲାକୁ ଘରକୁ ନେଇଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମେ ଆଖି କୁଣ୍ଡେଇ ହେବା ପରେ ଲାଲ ପଡିଯାଉଛି । ଏହାପରେ ଆଖି ଫୁଲି ଯାଇଥିବା ଦେଖିବାକୁ ମିଳିଛି । ଗତ ଚାରି ଦିନ ହେଲା ମୋହନା ସରକାରୀ ଏସଏସଡି ହାଇସ୍କୁଲର ଜଣକ ପରେ ଜଣେ ଅନ୍ତେବାସୀ ଆଖିଧରା ରୋଗରେ ପୀଡିତ ହୋଇଥିଲେ । ଏହି ବିଦ୍ୟାଳୟର ୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ଛାତ୍ରଙ୍କୁ ଚିକିତ୍ସା ପରେ ସେମାନଙ୍କ ଅଭିଭାବକ ଘରକୁ ନେଇଯାଇଛନ୍ତି ବୋଲି ଦାୟିତ୍ୱରେ ଥିବା ଶିକ୍ଷକ କହିଛନ୍ତି । ମୋହନା ମେଡିକାଲ ରେ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଖୁବ ଶୀଘ୍ର ମେଡିକାଲର ଟିମ ହାଇସ୍କୁଲ ହଷ୍ଟେଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ବୋଲି ଡାକ୍ତର ତ୍ରିଶୂଲ ସେନାପତି କହିଛନ୍ତି । ସେହିପରି ବ୍ଲକର ଅଡବା ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆଖିଧରା ରୋଗ ବ୍ୟାପିଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଉପଯୁକ୍ତ ଚିକିତ୍ସା ସହ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ ହୋଇପଡିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories