www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଭୁ ଶ୍ରୀରାମଙ୍କ ପାଦ ପଡିଥିବା ସହରର ହେବ ଦର୍ଶନ, ଜାଣନ୍ତୁ କିପରି !

ଭାରତ ସହିତ ଶ୍ରୀଲଙ୍କାର ଯେଉଁ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ପାଦ ପଡିଛି, ସେହି ସ୍ଥାନ ଗୁଡିକ ଦର୍ଶନ କରିବା ଏବେ ସହଜ ହୋଇଯାଇଛି । ଭାରତୀୟ ରେଳ ବିଭାଗ ଏବଂ ଭାରତୀୟ କ୍ୟାଟେରିଂ ଏବଂ ଟୁରିଜମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ନଭେମ୍ବର ୧୪ ତାରିଖରେ ଏକ ବିଶେଷ ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି । ଏହି ଟ୍ରେନ୍ ଭାରତରେ ଚାଲିବ ହେଲେ ଯାତ୍ରୀ ଚାହିଁଲେ ଶ୍ରୀଲଙ୍କା ମଧ୍ୟ ଯାଇପାରିବେ । କିନ୍ତୁ ଶ୍ରୀଲଙ୍କା ଯିବା ପାଇଁ ଏକମାତ୍ର ବିକଳ୍ପ ହେଉଛି ଉଡାଜାହାଜ ଏବଂ ସେଥିପାଇଁ ଅଲଗା ଚାର୍ଚ୍ଚା ଦେବାକୁ ପଡିବ ।

୧୬ ଦିନର ପ୍ୟାକେଜ

- Advertisement -

ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ନାମ ଶ୍ରୀ ରାମାୟଣ ଏକ୍ସପ୍ରେସ ଦିଆଯାଇଛି । ୧୬ ଦିନରେ ଏହି ଯାତ୍ରା ପୂରା ହେବ । ଏଥିପାଇଁ ଯାତ୍ରୀଙ୍କୁ ୧୫ ହଜାର ୧୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ଶ୍ରୀଲଙ୍କା ଯିବା ପାଇଁ ୩୯ ହଜାର ୯୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଦିଲ୍ଲୀରୁ ଆରମ୍ଭ ହେବ ଯାତ୍ରା

ଏହି ବିଶେଷ ଟ୍ରେନଟି ନଭେମ୍ବର ୧୪ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ । ସର୍ବପ୍ରଥମେ ଟ୍ରେନଟି ଅଯୋଧ୍ୟା ଯାତ୍ରା କରିବ । ପରେ ସେଠାରୁ ହନୁମାନ ଗଢି-ରାମକୋଟ-କନକ ଭବନ ଆଦି ସ୍ଥାନକୁ ଯାତ୍ରା କରିବ । ଟ୍ରେନଟି ରାମାୟଣ ସର୍କିଟର ମହତ୍ତ୍ବପୂର୍ଣ୍ଣ ସ୍ଥାନ ଯେପରି ନନ୍ଦିଗ୍ରାମ, ସୀତାମଢି, ଜନକପୁର, ବାରାଣସି, ଶୃଙ୍ଗପୁର, ଚିତ୍ରକୁଟ, ନାସିକ, ହମ୍ପୀ ଓ ରାମେଶ୍ବରମ ଯାତ୍ରା କରିବ । ଯାତ୍ରା ବେଳେ ଧର୍ମଶାଳାରେ ଭୋଜନ, ଆବାସ, ଦର୍ଶନୀୟ ସ୍ଥଳ ବୁଲିବାର ବ୍ୟବସ୍ଥା କରାଯାଇଛି ।

ଯଦି ଏହା ଛଡା ଯାତ୍ରୀ ଶ୍ରୀଲଙ୍କା ଯିବାକୁ ଚାହାଁନ୍ତି ତେବେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସେହିପରି ଅଧିକ ୫ ରାତି ଓ ୬ ଦିନ ଯାତ୍ରା କରିବାକୁ ପଡିବ । ଏହି ଯାତ୍ରାକାଳରେ କ୍ୟାଣ୍ଡି, ନୁବାରା ଏଲିୟା, କଲୋମ୍ବୋ ଏବଂ ନେଗୋମ୍ବ ଭଳି ଦର୍ଶନୀୟ ସ୍ଥାନ ସାମିଲ ରହିଛି । ଏଥିପାଇଁ ଯାତ୍ରୀଙ୍କୁ ଚେନ୍ନାଇ ବା ରାମଶ୍ବେରମରୁ ଉହାଣ ଭରିବାକୁ ପଡିବ । ଯାତ୍ରା ସମୟରେ ଆଇଆରସିଟିସି ତରଫରୁ ଟୁର ମ୍ୟାନେଜର ସାଥିରେ ରହିବେ ।

ଏପରି କରନ୍ତୁ ବୁକିଙ୍ଗ

ଆଇଆରସିଟିସି ୱେବ୍ ସାଇଟ ମାଧ୍ୟମରେ ବୁକିଙ୍ଗ କରିପାରିବେ । ଶ୍ରୀ ରାମାୟଣ ଏକ୍ସପ୍ରେସ ପ୍ୟାକେଜ ବିଷୟରେ ଅଧିକ ସୂଚନା ପାଇଁ https://www.irctctourism.com ଏହି ଲିଙ୍କ ଉପରେ କ୍ଳିକ୍ କରନ୍ତୁ । ଏତତ୍ ବ୍ୟତିତ ଶ୍ରୀଲଙ୍କା ପ୍ୟାକେଜ ବିଷୟରେ ଏହି ଲିଙ୍କ ମାଧ୍ୟମରେ https://www.irctctourism.com ଜାଣିପାରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories