www.samajalive.in
Tuesday, December 9, 2025
17.1 C
Bhubaneswar

ଭୈରବୀ ଡିଗ୍ରୀ କଲେଜର ପ୍ରତିଷ୍ଠା ଦିବସ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ କଲେଜର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର ଯୋଗଦେଇ କଲେଜର ୨୮ ବର୍ଷ ପୂର୍ତ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହି ମହାବିଦ୍ୟାଳୟ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ରତା ଲାଭ କରିବ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ତାରେଣିଆ କଲେଜ ଆରମ୍ଭ ହେବାଠାରୁ ଏଯାବତ କଲେଜ ପ୍ରତି ଅବଦନା ଥିବା ଲୋକଙ୍କ ଉପରେ ଚର୍ଚ୍ଚା କରିଥିଲେ। କଲେଜର ବରିଷ୍ଠ ଅଧ୍ୟାପକ ଲଳିତ ମେହେର ମହାବିଦ୍ୟାଳୟ ପ୍ରାରମ୍ଭରେ ଆମେ ସମସ୍ତେ ଯେଉଁ ବୀଜକୁ ରୋପଣ କରିଥିଲୁ ତାହା ଆଜି ୨୮ ବର୍ଷ ପରେ ଏକ ମହାଦ୍ରୁମ ରେ ପରିଣତ ହୋଇଛି ବୋଲି କହିବା ସହ କଲେଜର ଇତିହାସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଚଳିତ ବର୍ଷର ଷଷ୍ଠ ସେମିଷ୍ଟାର ପରୀକ୍ଷାରେ ବିଶ୍ବବିଦ୍ୟାଳୟ ସ୍ତରରେ ଇତିହାସ ବିଭାଗରେ ଚତୁର୍ଥ ସ୍ଥାନ ହାସଲ କରଥିବା ଉତ୍ତୀର୍ଣ୍ଣ ଛାତ୍ର ଶକ୍ତିମୟ ରଣାଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ର, ପୀତବାସ ମେହେର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ଡ଼ଲି ବେହେରା, ପୂଜା ଦେଓ ପ୍ରମୁଖ ମଞ୍ଚାସୀନ ଥିଲେ । କଲେଜର ଆଲୁମିନି କମିଟିର ସଦସ୍ୟଙ୍କ ପଙ୍କଜ ବେହେରା, ରଜତ କହଁର, ସୁଧିର ଦୀପଙ୍କ ସହଯୋଗରେ ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ଜିଲା ସଂଯୋଜକ ସୁରେଶ୍ୱର ଯୋଶୀ ସ୍ୱାଗତ ଭାଷଣ ଦେଇଥବାବେଳେ ରଞ୍ଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories