www.samajalive.in
Monday, December 8, 2025
20.1 C
Bhubaneswar

ଦୀପାବଳି ସିନ୍‍ ସୁଟିଂ ସମୟରେ ଆହତ ହେଲେ ଅଭିନେତା

ନୂଆଦିଲ୍ଲୀ : ଜୀ ଟିିଭିରେ ପ୍ରସାରିତ ଶୋ’ ‘ଗୁଡ୍ଡନ…ତୁମସେ ନା ହୋ ପାଏଗା’ରେ ଏକ ଆକ୍ସନ୍‍ ସିନ୍‍ ସୁଟିଂ କରୁଥିବା ସମୟରେ ଅଭିନେତା ରେହାନ ରାୟ ଆହତ ହୋଇଥିବା ଜଣାପଡ଼ିଛି। ଏହି ସୁଟିଂ ସମୟରେ ସେ ସମାନ୍ୟ ରୂପେ ପୋଡ଼ି ଯାଇଛନ୍ତି। ରେହାନ ସୁଟିଂ ସେଟ୍‍ରେ ଦୀପାବଳି ବିଶେଷ ଏପିସୋଡ଼ର ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ସମୟରେ ଆହତ ହୋଇଛନ୍ତି।

ସୂଚନା ଅନୂସାରେ, ସେ ଚରିତ୍ରକୁ ବାସ୍ତବିକତାର ରୂପ ଦେବା ପାଇଁ ବୈଦ୍ୟୁତିକ ଦୀପ ପରିବର୍ତ୍ତେ ମାଟି ଦୀପର ବ୍ୟବହାର କରିଥିଲେ। ହେଲେ ସେହି ଜଳୁଥିବା ଦୀପ ରେହାନଙ୍କ ଆହତ ହେବାର କାରଣ ସାଜିଥିଲା।

- Advertisement -

ଏହି ଘଟଣା ବିଷୟରେ ରେହାନ କହିଛନ୍ତି, “ଜଣେ ଅଭିନେତା ହିସାବରେ ମନଲୋଭା ଦୃଶ୍ୟ ପାଇଁ ବେଳେବେଳେ ବିପଦ ଉଠାଇବାକୁ ପଡ଼ିଥାଏ। ସଠିକ୍‍ ଓ ଆକର୍ଷଣୀୟ ଦୃଶ୍ୟ ପାଇବା ପାଇଁ ମୁଁ ନିର୍ଦ୍ଦେଶକ ଓ ସମ୍ପୂର୍ଣ୍ଣ ଟିମ୍‍ଙ୍କ ନିକଟରେ ବାସ୍ତବିକ ଦୀପର ବ୍ୟବହାର କରିବା ପାଇଁ ମୋ ଆଗ୍ରହ ପ୍ରକାଶ କରିଥିଲି”। ସେ ପୁନର୍ବାର କହିଛନ୍ତି, “ମୁଁ ପ୍ରାୟତଃ ବାସ୍ତବିକ ଉପାୟରେ ଦୃଶ୍ୟକୁ ଜୀବନ୍ତ କରିବାକୁ ଚେଷ୍ଟା କରେ ଓ ନିଶ୍ଚିତ ରୂପେ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଥାଏ। ଯଦିଓ ମୁଁ ସେହି ବିଶେଷ ଦୃଶ୍ୟର ସୁଟିଂ ସମୟରେ ଆହତ ହୋଇଗଲି, ହେଲେ ମୋତେ ଲାଗୁଛି ସେହି ଦୃଶ୍ୟକୁ ବାସ୍ତବିକତାର ରୂପ ଦେବା ପାଇଁ କିଛି କଷ୍ଟ ସହିବା ଉଚିତ୍‍”।

ଅଭିନେତା ଶୋ’ରେ ପୁଲିସ କନେଷ୍ଟବଳ ‘ପର୍ବ’ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories