www.samajalive.in
Thursday, December 11, 2025
27.1 C
Bhubaneswar

ଜାତୀୟ ସିନିୟର ମହିଳା ଫୁଟବଲ, କର୍ଣ୍ଣାଟକକୁ ୪-୦ରେ ହରାଇଲା ଓଡ଼ିଶା

କଟକ: ପଞ୍ଜାବର ଅମୃତସରରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ଚମ୍ପିଆନସିପ୍‌ ଫାଇନାଲ ରାଉଣ୍ଡରେ ଓଡ଼ିଶା ତୃତୀୟ ବିଜୟ ହାସଲ କରିଛି।

ବୁଧବାର ଗ୍ରୁପ-ଏ ର ମ୍ୟାଚରେ ଯଶୋଦା ମୁଣ୍ଡାଙ୍କ ହ୍ୟାଟ୍ରିକ୍‌ ବଳରେ ଓଡ଼ିଶା ୪-୦ ଗୋଲରେ କର୍ଣ୍ଣାଟକକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଅଧିନାୟିକା ଯଶୋଦା ମୁଣ୍ଡା ୩୪ ମିନିଟ୍‌ରେ ପ୍ରଥମ ଓ ୩୮ ମିନିଟ୍‌ରେ ଦ୍ବିତୀୟ ଗୋଲ ଦେଇଥିଲେ। ୪୪ ମିନିଟ୍‌ରେ ମାଳତି ମୁଣ୍ଡା ୩ୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଓଡ଼ିଶା ୩-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୫୫ ମିନିଟ୍‌ରେ ଓଡ଼ିଶା ପକ୍ଷରୁ ଯଶୋଦା ମୁଣ୍ଡା ବ୍ୟକ୍ତିଗତ ୩ୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇଥିଲେ। ଓଡ଼ିଶା ପ୍ରଥମ ମ୍ୟାଚରେ ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ୦-୩ ଗୋଲରେ ତାମିଲନାଡୁ ନିକଟରୁ ପରାଜିତ ହୋଇଥିଲା। ୩ୟ ମ୍ୟାଚରେ ୫-୦ ଗୋଲରେ ପଞ୍ଜାବକୁ ପରାସ୍ତ କରିଥିଲା। ୨୨ରେ ଓଡ଼ିଶା ​‌େ​‌ଶଷ ଲିଗ୍‌ ମ୍ୟାଚ ଚଣ୍ଡିଗଡ଼ ସହିତ ଖେଳିବ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories