www.samajalive.in
Friday, December 5, 2025
27.1 C
Bhubaneswar

୧୦୦୦ କୋଟି ଟଙ୍କା ଟପିଲା କୋହଲିଙ୍କ ବାର୍ଷିକ ଆୟ

ମୁମ୍ବଇ: କେବଳ କ୍ରିକେଟର ନୁହନ୍ତି; ବଲିଉଡ୍‌ର ନାମୀ ଦାମୀ କଳାକାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ତାରକା ବିରାଟ କୋହଲି। ଏହି ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ବାର୍ଷିକ ଆୟ ୧୦୫୦ କୋଟି ଟଙ୍କାରେ ପହଞ୍ଚିଛି। ‘ଷ୍ଟକ୍‌ ଗ୍ରୋ’ ସଂସ୍ଥା ପକ୍ଷରୁ ପ୍ରକାଶ ରିପୋର୍ଟ ଅନୁସାରେ, ବିରାଟ କୋହଲି ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପାଇଁ ଖେଳି ବାର୍ଷିକ ୧୫ କୋଟି ଟଙ୍କା ଆୟ କରୁଛନ୍ତି। ପୁଣି ବିସିସିଆଇର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିରୁ କୋହଲି ୭ କୋଟି ଟଙ୍କା ପାଉଛନ୍ତି। ଏହାସହ ପ୍ରତ୍ୟେକ ଟେଷ୍ଟମ୍ୟାଚ୍‌ ପାଇଁ କୋହଲି ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟ୍ବେଣ୍ଟି୨୦ ମ୍ୟାଚ୍‌ ପାଇଁ ୩ ଲକ୍ଷ ଟଙ୍କା ପାରିଶ୍ରମିକ ପାଆନ୍ତି।
ଏହା ତ ଖେଳରୁ ବିରାଟ କୋହଲିଙ୍କ ଆୟ। ତାଙ୍କର ମୁଖ୍ୟ ଆୟ ହେଉଛି ବିଜ୍ଞାପନରୁ। ଏହି ତାରକା ବ୍ୟାଟ୍‌ସମ୍ୟାନ୍‌ ୧୮ରୁ ଅଧିକ ସାମଗ୍ରୀ ବା ବ୍ରାଣ୍ଡ୍‌ର ବିଜ୍ଞାପନ କରୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେ​‌େଲ ଭିଭୋ, ମାଇନ୍ତ୍ରା, ବ୍ଲୁଷ୍ଟାର୍, ଭୋଲିନି, ଲକ୍ସର, ନଏଜ୍, ଷ୍ଟାର୍‌ ସ୍ପୋର୍ଟସ, ଟିସଟ୍‌, ଏମ୍‌ଆର୍‌ଏଫ୍‌, ରଙ୍ଗ୍‌ଅନ୍‌, ଠୁ ୟମ୍, ଫାୟର ବୋଲ୍‌ଟ, ଉବେର, ଟୁଥ୍‌ସି, ଗ୍ରେଟ୍‌ ଲର୍ନିଂ, ସିନ୍ଥଲ୍‌, ଏଚ୍‌ଏସ୍‌ବିସି, ଆମେରିକାନ୍ ଟୁରିଷ୍ଟର ପ୍ରଭୃତି। ପ୍ରତି ବିଜ୍ଞାପନ ସୁଟିଂ ପାଇଁ ବିରାଟ କୋହଲି ୭.୫ରୁ ୧୦ କୋଟି ଟଙ୍କା ଦାବି କରୁଛନ୍ତି। ଏକ ଆକଳନ ଅନୁସାରେ ବିରାଟ କୋହଲି ବିଜ୍ଞାପନରୁ ୧୭୫ କୋଟି ଟଙ୍କା ଆୟ କରୁଛନ୍ତି। ସାମାଜିକ ଗଣମାଧ୍ୟମରୁ ମଧ୍ୟ କୋହଲିଙ୍କ ଆୟ ବହୁତ ଭଲ। ଇନ୍‌ଷ୍ଟାଗ୍ରାମ୍‌ରେ କୌଣସି ବ୍ରାଣ୍ଡ୍‌ର ପ୍ରଚାର ପାଇଁ କୋହଲି ୮.୯ କୋଟି ଟଙ୍କା ନେଇଥାଆନ୍ତି। ଟ୍ବିଟରରେ କୌଣସି ବ୍ରାଣ୍ଡ୍‌ର ପ୍ରଚାର ପାଇଁ କୋହଲି ୨.୫ କୋଟି ଟଙ୍କା ନିଅନ୍ତି। ଏହାସହ କୋହଲିଙ୍କର ନିଜସ୍ବ ଷ୍ଟାର୍ଟଅପ୍ କମ୍ପାନୀ ରହିଛି; ଯେଉଥିରୁ ସେ ବହୁତ ଭଲ ଆୟ କରିଥାଆନ୍ତି। ଏହି କମ୍ପାନୀସବୁ ହେଉଛନ୍ତି ୱାନ୍‌୮ ରେଷ୍ଟୁରାଣ୍ଟ ଚେନ୍, ନ୍ୟୁଭା ରେଷ୍ଟୁରାଣ୍ଟ ଚେନ୍, ରଙ୍ଗ୍‌ଅନ୍‌ ପୋଷାକ ବ୍ରାଣ୍ଡ୍‌, ଷ୍ଟୋକାଥଲନ୍‌ ପିଲାଙ୍କ ପୋଷାକ ବ୍ରାଣ୍ଡ୍‌। ଏହାସହ ବ୍ଲୁଟ୍ରାଇବ୍, ୟୁନିଭର୍ସାଲ ସ୍ପୋର୍ଟସବିଜଜ୍‌, ଏମ୍‌ପିଏଲ୍‌, ସ୍ପୋର୍ଟସ କନ୍‌ଭୋ ଡିଜିଟ୍‌ ଭଳି କମ୍ପାନୀରେ କୋହଲିଙ୍କ ଅଂଶଭାଗ ରହିଛି। ଏହାସହ ବିରାଟ କୋହଲିଙ୍କର ମୁମ୍ବଇରେ ୩୪ କୋଟି ଓ ଗୁରୁଗ୍ରାମ​‌େ​‌ର ୮୦ କୋଟି ଟଙ୍କାର ଦାମୀ ଘର ରହିଛି। କୋହଲିଙ୍କ ପାଖରେ ୩୨ କୋଟି ଟଙ୍କାର ଅଧିକ ମୂଲ୍ୟର ଦାମୀ କାର୍ ରହିଛନ୍ତି। ଏଥି​‌େ​‌ର ଅଡି, ରେଞ୍ଜ୍ ରୋଭର୍, ବେଣ୍ଟ୍‌ଲି ପ୍ରଭୃତି ବ୍ରାଣ୍ଡ୍ ରହିଛନ୍ତି। ଏହାସହ ବିରାଟ କୋହଲି ଆଇଏସ୍‌ ଦଳ ଏଫ୍‌ସି ଗୋଆ, ଏକ ଟେନିସ୍‌ ଦଳ ଓ ପ୍ରୋ-ରେସ୍‌ଲିଂ ଲିଗ୍‌ରେ ଏକ ଦଳ କିଣିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories