www.samajalive.in
Tuesday, December 9, 2025
16.1 C
Bhubaneswar

ଠକେଇ ଅଭିଯୋଗରେ ଜଗମୋହନ ରେଡ୍ଡି ଗିରଫ

ନୂଆଦିଲ୍ଲୀ: ଖଣି ମାଫିଆ ତଥା ପ୍ରାକ୍ତନ ରାଜ୍ୟ ମନ୍ତ୍ରୀ ଜଗମୋହନ ରେଡ୍ଡିଙ୍କୁ ରବିବାର ସିସିବି ୬୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି। ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କଠାରୁ ଏହି ଟଙ୍କା ଆଦାୟ କରିଥିଲେ ଜଗମୋହନ ରେଡ୍ଡି ବୋଲି ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରେଡ୍ଡିଙ୍କ ବିରୋଧରେ ପ୍ରମାଣ ଓ ତଥ୍ୟକୁ ଭିତ୍ତି କରି କେନ୍ଦ୍ରୀୟ ଅପରାଧ ନିୟନ୍ତ୍ରଣ ସଂସ୍ଥା(ସିବିବି) ତାଙ୍କୁ ଗିରଫ କରିଥିବା ସୂଚନା ଦେଇଥିବାବେଳେ ତାଙ୍କ ସୋମବାର କୋର୍ଟରେ ହାଜର କରାଯିବ। ସିସିବି ଜଗମୋହନଙ୍କୁ ଗିରଫ କରିବା ସହ ତାଙ୍କ ସହଯୋଗୀ ମେହେଫୁଜ ଅଲ୍ଲୀ ଖାନଙ୍କୁ ମଧ୍ୟ ଗିରଫ କରିଛି ସିସିବି।
ଶନିବାର ସନ୍ଧ୍ୟାରେ ସିସିିବି ପକ୍ଷରୁ ଜଗମୋହନଙ୍କୁ ପଚରାଉଚରା ପାଇଁ ଅଟକ କରାଯାଇ ଥିଲା। ପଚରାଉଚରା ସମୟରେ ଜଗମୋହନ ଓ ତାଙ୍କ ସହଯୋଗୀ ମେହେଫୁଜ ଅଲ୍ଲୀ ଅମ୍ବିଦାନ୍ତ ମାର୍କେଟିଂ ନାମକ ସଂସ୍ଥା ଠାରୁ ୧୮କୋଟି ମୂଲ୍ୟର ୫୭କିଲୋ ସୁନା ନେଇଥିବା ପ୍ରମାଣିତ ହୋଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ଅମ୍ବିଦାମ୍ମାର୍କେଟିଂ ନାମକ ଏହି କମ୍ପାନୀ ଜମାକାରୀଙ୍କୁ ପ୍ରତି ମାସ ୩୦ରୁ ୪୦ ପ୍ରତିଶତ ଲାଭାଶଂ ଦେବାରେ ପ୍ରତିଶ୍ରୁତି ଦେଇ ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ କରିଥିବାବେଳେ ଏହି ଅର୍ଥ ଜଗମୋହନଙ୍କ ନିକଟକୁ ଆସୁଥିଲା ବୋଲି ସିସିବି ୩ପୃଷ୍ଠା ସମ୍ବଳିତ ଅଭିଯୋଗ ପୃଷ୍ଠାରେ ଦାବି କରିଛି। ତେତେ କମ୍ପାନୀ ପ୍ରତିଶ୍ରୁତି ମୁତାବକ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରି ନପାରିବାରୁ ୨୦୧୭ରେ ଏବାବଦରେ ଏକା ମାମଲା କର୍ଣ୍ଣାଟକ ଅର୍ଥନୈତିକ ଅପରାଧ ଶାଖାରେ ରୁଜୁ ହୋଇଥିଲା। ଅମ୍ବିଦାନ୍ତ ନାମକ ଏହି କମ୍ପାନୀ ଉପରେ ଇଡି ପକ୍ଷରୁ ଚଢଉ କରାଯାଇ ଜମାକାରୀଙ୍କ ଅର୍ଥ ରମେଶ କୋଠାରି ନାମକ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇ ଥିବା ପ୍ରମାଣିତ ହୋଇଥିଲା। ରମେଶ କୋଠାରି ଅମ୍ବିଆ ଜୁଏଲାରୀ ନାମକ ଏକ ସଂସ୍ଥା ଚଲାଇବା ସହ ସୁନା କିଣାବିକା ବ୍ୟବସାୟ କରୁଥିଲେ। ତେବେ ରମେଶ ଏହି ଅର୍ଥ ପରବର୍ତ୍ତୀ ସମୟରେ ଜଗମୋହନଙ୍କ ସହଯୋଗୀ ଶ୍ରୀ ଅଲ୍ଲୀଙ୍କ ଆକାଉଣ୍ଟକୁ ପଠାଇ ଥିବା ପ୍ରମାଣିତ ହେବାରୁ ସିସିବି ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories