www.samajalive.in
Monday, December 8, 2025
17.1 C
Bhubaneswar

୩ ବର୍ଷର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ : ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପରେ ଏବେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ହାର ୩ ବର୍ଷର ସର୍ବ ନିମ୍ନ ସ୍ତରରେ ପହଞ୍ଚିଛି। ଗତ ମେ ମାସରେ ଏହା ହ୍ରାସ ହୋଇ ବିଯୁକ୍ତ ୩.୪୮ ପ୍ରତିଶତକୁ ପହଞ୍ଚିଥିବା ଜଣାପଡିଛି। ୨୦୨୦ ମସିହା ଜୁନ୍‌ ମାସରେ ପାଇକାରୀ ମୁଦ୍ରାସ୍ଫୀତିର ଏହା ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। ଏହା ପୂର୍ବରୁ ମେ ୨୦୨୦ରେ ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ହାର ବିଯୁକ୍ତ ୩.୩୭ ପ୍ରତିଶତ ଥିଲା। ଏହା ପୂର୍ବମାସ ଅର୍ଥାତ ଏପ୍ରିଲ ୨୦୨୩ରେ ପାଇକାରୀ ମୁଦ୍ରାସ୍ଫୀତି ହାର ୦.୯୨ ପ୍ରତିଶତକୁ ଖସିଥିଲା। ଗତ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ( ରିଟେଲ ଇନ୍‌ଫ୍ଲେସନ) ୪.୨୫ ପ୍ରତିଶତକୁ ହ୍ରାସ ହୋଇ ଗତ ୨୫ ମାସର ସର୍ବ ନିମ୍ନ ସ୍ତରକୁ ପହଞ୍ଚିଥିଲା। ଦେଶରେ ଖଣିଜ ତୈଳ, ବୟନ ସାମଗ୍ରୀ ଓ ଖାଦ୍ୟ ପଦାର୍ଥର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ପାଇକାରୀ ମୁଦ୍ରାସ୍ଫୀତିରେ ହ୍ରାସ ଦେଖାଯାଇଛି। ସେହିପରି ଅଶୋଧିତ ତୈଳ ଓ ପେଟ୍ରାଲିୟମ ଉତ୍ପାଦ ସହିତ, ପ୍ରାକୃତିକ ଗ୍ୟାସ୍, କେମିକାଲ ଓ କେମିକାଲ ଉତ୍ପାଦ ମୂଲ୍ୟରେ ମଧ୍ୟ ବେଶ୍ ହ୍ରାସ ଦେଖାଯାଇଛି। ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସର ପ୍ରଭାବ ସୁଧହାରରେ ମଧ୍ୟ ଦେଖାଯାଇପାରେ। ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ହାର ଲଗାତାର ଦ୍ୱିତୀୟ ମାସରେ ଶୂନରୁ ତଳକୁ ରହିଛି। ଏପ୍ରିଲରେ ଏହା -୦.୯୨ ପ୍ରତିଶତ ଥିଲା। ବର୍ଷକ ପୂର୍ବେ ୨୦୨୨ ଏହି ମାସରେ ପାଇକାରୀ ମୁଦ୍ରାସ୍ଫୀତି ୧୬.୬୩ ପ୍ରତିଶତରେ ଥିଲା। ମେ ମାସରେ ଖାଦ୍ୟପଦାର୍ଥ ମୁଦ୍ରାସ୍ଫୀତି ହ୍ରାସ ହୋଇ ୧.୫୧ ପ୍ରତିଶତକୁ ଆସିଯାଇଛି ଯାହା ଏପ୍ରିଲ ମାସରେ ୩.୫୪ ପ୍ରତିଶତରେ ଥିଲା। ଶକ୍ତି ବିଭାଗରେ ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ -୯.୧୭ ପ୍ରତିଶତକୁ ପହଞ୍ଚିଛି। ଯାହା ଏପ୍ରିଲରେ ୦.୯୩ ପ୍ରତିଶତ ଥିଲା। ବିନିର୍ମାଣ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ମେ ମାସରେ ଶୂନରୁ ୨.୯୭ ପ୍ରତିଶତ ତଳେ ରହିଛି। ଏପ୍ରିଲରେ ମଧ୍ୟ -୨.୪୨ ପ୍ରତିଶତ ଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories