www.samajalive.in
Tuesday, December 9, 2025
17.1 C
Bhubaneswar

ମନାକରିଦେଲେ ସୁପ୍ରିମକୋର୍ଟ : ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ

ନୂଆଦିଲ୍ଲୀ : ଉତ୍ତରରାଖଣ୍ଡର ଉତ୍ତରକାଶୀର ପୁରୋଲା ଠାରେ ପ୍ରସ୍ତାବିତ ମହାପଞ୍ଚାୟତ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହାପଞ୍ଚାୟତ ବିରୋଧରେ ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯିବାକୁ ଆବେଦନକାରୀଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜୁନ ୧୫ରେ ମହାପଞ୍ଚାୟତ ପାଇଁ ପ୍ରଶାସନ ଅନୁମତି ଦେଇନାହିଁ। ଏହାର ଅନୁମତି ବିଶ୍ୱ ହିନ୍ଦୁ ପରିଷଦ ଏବଂ ପ୍ରଧାନ ସଂଗଠନ ପକ୍ଷରୁ ମହାପଞ୍ଚାୟତ ଲାଗି ଅନୁମତି ଲୋଡା ଯାଇଥିଲା। ଏହା ସହିତ ପୁରୋଲାରେ ଧାରା ୧୪୪ ଲଗାଯାଇପାରେ। ସୂଚନାଯୋଗ୍ୟ ​, ମେ ୨୬ ରେ, ଜଣେ ନାବାଳିକାକୁ ଅପହରଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଅପହରଣ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀମାନେ ଧରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୁରୋଲାରେ ୩୦ରୁ ଅଧିକ ଦୋକାନ ଦୀର୍ଘ ୧୮ ଦିନ ଧରି ବନ୍ଦ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories