www.samajalive.in
Wednesday, December 10, 2025
26.1 C
Bhubaneswar

ରବିବାର ରାଶିଫଳ

ମେଷ: ଚାହୁଁଥିବା ସହାୟତା ମିଳିପାରେ। ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୌଖୀନ ପଦାର୍ଥ ପ୍ରତି ରୁଚି ବଢ଼ି ପାରେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ।

ବୃଷ: କେତେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ପୀଡ଼ା ଉପୁଜି ପାରେ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ପାଇଁ ସତର୍କ ହେବେ।

- Advertisement -

ମିଥୁନ: ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବନ୍ଧୁ ମିଳନ ଶୁଭଫଳଦାୟକ ହେବ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଆତ୍ମ ସନ୍ତୋଷ ମିଳିବ। ବିଭିନ୍ନ ସ୍ତରରୁ ଧନଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଚିନ୍ତାଧାରା ଉଚ୍ଚକୋଟୀର ହେବେ। ପ୍ରୀତିଭୋଜନ ମିଳିପାରେ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବାର ସୂଚନା ମିଳୁଛି।

ସିଂହ: ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଈର୍ଷା ପରାୟଣ ହୋଇପାରନ୍ତି। ସୁଖ-ଶାନ୍ତି ମିଳିବ। ମନ ସ୍କାମନା ପୂରଣ ହେବ। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍ ବହୁ ଅର୍ଥ ମିଳିବ।

କନ୍ୟା: ପରିସ୍ଥିତି ଆୟତ୍ତାଧୀନ ହେବ। କଳହଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଶୁଭାଶୁଭ ମିଶ୍ର୍ରିତ ଫଳ ମିଳିବ। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। କୃଷିରୁ ଆୟ ଆସିବ। ଉଦାର ଓ ଦାନଶୀଳ ହେବେ।

ତୁଳା: କାର୍ଯ୍ୟରେ ସଳତା ଲାଭ କରିପାରନ୍ତି। ଘାତଚନ୍ଦ୍ର ଭୋଗହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ରାଜପୂଜା ମିଳିବ। ନୀତିନିଷ୍ଠ ହେବେ। ଧର୍ମ ପରାୟଣ ହେବେ। ସତ୍ପଥଗାମୀ ହେବେ।

ବିଛା: ହର୍ଷ ଉଲ୍ଲାସ ମଧ୍ୟରେ ଦିନ ବିତାଇ ପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ନୈତିକତା ବଜାୟ ରଖିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ସୁଶାନ୍ତିରେ ଦିନ ବିତାଇ ପାରନ୍ତି। ପରୋପକାରୀ ହେବେ। ସୁ୍ସ୍ଥ ଓ ନିରାମୟ ରହିବେ।

ଧନୁ: ବହୁ ଶୁଭ ଫଳ ଆଶା କରାଯାଏ। ଶ୍ରୀଚନ୍ଦ୍ର ଭୋଗହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ସୁଖ ମିଳିବ।

ମକର: ଧନଲାଭ ହେବାର ସୂଚନା ମିଳିଥିବା ବେଳେ ଖର୍ଚ୍ଚାନ୍ତ ଯୋଗଅଛି। ବିଶିଷ୍ଟ ଓ ଧାର୍ମିକ ଲୋକମାନଙ୍କ ସାନ୍ନିଧ୍ୟ ମିଳିବ। ବନ୍ଧୁ-ବାନ୍ଧବଙ୍କ ହିତ ସାଧନ କରିବାରେ ତତ୍ପର ହେବେ। ସମ୍ପତ୍ତିବାନ ହୋଇପାରନ୍ତି। ସ୍ୱାଭିମାନୀ ହେବେ।

କୁମ୍ଭ: ବହୁ ଉନ୍ନତିକର କାର୍ଯ୍ୟକ୍ରମରେ ଜଡ଼ିତ ହୋଇ କୃତକାର୍ଯ୍ୟ ହେବେ। ନାନା ସୁଖ ଉପଭୋଗ କରିବା ସହିତ ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମରେ ଅନୁରକ୍ତି ବୃଦ୍ଧି ହେବ। ଶତ୍ରୁ ବିଜୟୀ ହେବେ। ଘାତଚନ୍ଦ୍ର ପାଇଁ ସତର୍କ ହେବେ।

ମୀନ: କାର୍ଯ୍ୟ ଧାରା ଆନନ୍ଦଦାୟକ ହେବ। ଧର୍ମ କାର୍ଯ୍ୟରେ ନିୟୋଜିତ କରିପାରନ୍ତି। ମନସ୍କାମନା ପୂର୍ଣ୍ଣ ହେବ। ଆମୋଦ ପ୍ରମୋଦ ସହିତ ବିଳାସ-ବ୍ୟସନରେ ସୁଯୋଗ ସୃଷ୍ଟି ହୋଇଛି। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories