ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭବ ହେଉଛି ପ୍ରଚଣ୍ଡ ଖରା। ଅଧିକାଂଶ ସ୍ଥାନ ସହ ରାଜଧାନୀରେ ଅସହ୍ୟ ତାତି ଜାରି ରହିଛି। ଅସହ୍ୟ ତାତି ପାଇଁ ଆଜି କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସ୍ୱଭାବିକ ତୁଳନାରେ ୬.୫ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରହିବ। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ କରି ସତର୍କ କରାଇଛି। ଅସହ୍ୟ ଗରମ ଓ ଗୁଳୁଗୁଳି ପାଇଁ ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ଯାଏ ଘରୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ତତଲା କଡେଇରେ ଭାଜି ହେଉଛି ରାଜଧାନୀ। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୪୩% ଥିବାରୁ ଅନୁଭବ ହେଉଛି ଅସହ୍ୟ ଗୁଳୁଗୁଳି। ସେହିପରି ପଶ୍ଚିମ ଓଡିଶାରେ ମଧ୍ୟ ଅସହ୍ୟ ତାତି। ସାଢେ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୧.୮ ଓ ହୀରାକୁଦ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ସକାଳ ସାଢେ ୮ଟାରୁ ଅସମ୍ଭାଳ ତାତି ଅନୁଭବ ହୋଇଛି। ଉପକୂଳରୁ ପଶ୍ଚିମ ଚାରି ଆଡେ ତାତି ପାଇଁ ସଭିଏଁ ହନ୍ତସନ୍ତ ହେଉଛନ୍ତି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା #ସମ୍ବଲପୁର: ୪୨ ଡ଼ିଗ୍ରୀ#ଝାରସୁଗୁଡା: ୪୧.୮ ଡ଼ିଗ୍ରୀ#ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ#ହୀରାକୁଦ : ୪୧.୨ ଡ଼ିଗ୍ରୀ
କେନ୍ଦୁଝର: ୩୮.୪ ଡ଼ିଗ୍ରୀ
ବାଲେଶ୍ୱର: ୩୭ ଡ଼ିଗ୍ରୀ
ଚାନ୍ଦବାଲି: ୩୭ ଡ଼ିଗ୍ରୀ
ପୁରୀ: ୩୬.୨ ଡ଼ିଗ୍ରୀ
ପାରାଦୀପ: ୩୪.୪ ଡ଼ିଗ୍ରୀ
ଗୋପାଳପୁର:୩୪ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) June 12, 2023
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
ପାରାଦୀପ:୮୦%
ଗୋପାଳପୁର:୭୦%
ପୁରୀ: ୬୪%
ଚାନ୍ଦବାଲି: ୬୪%
ବାଲେଶ୍ୱର: ୬୧%
ଭୁବନେଶ୍ୱର: ୪୩%
କେନ୍ଦୁଝର: ୩୫%
ହୀରାକୁଦ: ୩୦%
ସମ୍ବଲପୁର:୨୮%
ଝାରସୁଗୁଡା: ୨୬%— Meteorological Centre, Bhubaneswar (@mcbbsr) June 12, 2023
ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ୩୬.୬, ହୀରାକୁଦ ୩୫.୪, ଭୁବନେଶ୍ୱର ୩୫ ଡିଗ୍ରୀ, କେନ୍ଦୁଝର ୩୫, ପୁରୀ ୩୪.୬, ବାଲେଶ୍ୱର ୩୪.୨, ଚାନ୍ଦବାଲି ୩୪, ପାରାଦ୍ୱୀପ ଓ ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।



