www.samajalive.in
Wednesday, December 10, 2025
18.1 C
Bhubaneswar

ସରକାରୀ ବସ ଚଲାଇବା ନିମନ୍ତେ ଦାବୀପତ୍ର ପ୍ରଦାନ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ସରକାରୀ ବସ ଚାଲିବାକୁ ବ୍ଳକ ବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ସରକାରୀ ବସ ଚାଲୁଥିବା ବେଳେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳର ସରକାରୀ ବସ ଚାଲିବା ନିମନ୍ତେ ଲୋକମାନେ ଦାବୀ କରିଛନ୍ତି। ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି। କଲ୍ୟାଣସିଂହପୁର ଠାରୁ ରାଜଧାନୀ ଭୁବନେଶ୍ବର ପର୍ୟ୍ୟନ୍ତ, କଲ୍ୟାଣ ସିଂହପୁର ଠାରୁ ବିଶାଖାପାଟଣା ପର୍ୟ୍ୟନ୍ତ, କଲ୍ୟାଣସିଂହପୁର ଠାରୁ ବ୍ରହ୍ମପୁର ପର୍ୟ୍ୟନ୍ତ ସରକାରୀ ବସ ଚଳାଚଳ ପାଇଁ କଲ୍ୟାଣ ସିଂହପୁରବାସୀ ଦିବ୍ୟରଞ୍ଜନ ପାଢ଼ୀ ,ମନରଞ୍ଜନ ତ୍ରିପାଠୀ ,କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲି ଏବଂ ବ୍ଳକର ବିଭିନ୍ନ ଗ୍ରାମ ବାସୀ ଏକ ଲିଖିତ ଦାବୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବାରୁ ବ୍ଳକର ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଯାତାୟତ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories