www.samajalive.in
Sunday, December 7, 2025
15.1 C
Bhubaneswar

୧୦ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ବର  : ୧୦ଟି ଜିଲାରେ ଜିଲା କଂଗ୍ରେସ ସଭାପତି ନିଯୁକ୍ତ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସଭାପତି ମୋହର ମାରିଥିବା ଜଣାପଡ଼ିଛି। ଏଆଇସିସିର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ସୁରେଶ କୁମାର ଆଜାଦଙ୍କୁ ନୂଆପଡ଼ା ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଇନଜୀବୀ ମୋହନ ପରିଡ଼ା-କେନ୍ଦୁଝର, ଜୟରାମ ପଟ୍ଟନାୟକ-ପୁରୀ, ଅଶୋକ ଦାସ-ଭଦ୍ରକ, ସଂଗ୍ରାମ ମିଶ୍ର-ଅନୁଗୋଳ, ଆସିଫ ଅଲ୍ଲୀ ଖାଁ-ସମ୍ବଲପୁର, ଦନାର୍ଦନ ଦେହୁରୀ-ସୁନ୍ଦରଗଡ଼, ଦୁର୍ଗାଶଙ୍କର ସାହୁ-କୋରାପୁଟ, ବିଜୟ କୁମାର ଗମାଙ୍ଗୋ-ରାୟଗଡ଼ା ଓ ସେମ ହେମ୍ବ୍ରମଙ୍କୁ ଦେବଗଡ଼ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। କୋରାପୁଟ ଜିଲାରେ ସଭାପତି ଦାବିଦାର ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ବାଦ୍‌ ପଡ଼ିଛନ୍ତି।
ଅନୁରୂପଭାବେ ରାଜ୍ୟରେ ଦଳକୁ ମଜଭୁତ କରିବାକୁ ପ୍ରଦେଶ କଂଗ୍ରସର ବିଭିନ୍ନ କମିଟି ଗଠନ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ଏଆଇସିସି କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ କମିଟିର ଅଧ୍ୟକ୍ଷ ଭାବେ ଯଜ୍ଞେଶ୍ବର ବାବୁଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଚାର ଓ ପ୍ରକାଶନ କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ପଞ୍ଚାନନ କାନୁନଗୋ ଘୋଷଣାପତ୍ର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିରେ ସନ୍ତୋଷ ସିଂ ସାଲୁଜାଙ୍କୁ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିବାବେଳେ ଜାନକୀବଲ୍ଲଭ ପଟ୍ଟନାୟକ ଆବାହକ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଓ ପ୍ରତିମା ମଲ୍ଲିକଙ୍କୁ କମିଟି ସଦସ୍ୟ ଭାବେ ନିଆଯାଇଛି।
ସୂଚନାଯୋଗ୍ୟ ଯେ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବାର ଦୀର୍ଘଦିନ ପରେ ତାଙ୍କ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଥିଲା। ବିଭିନ୍ନ କମିଟି ଓ ଜିଲା ସଭାପତିଙ୍କ ନାମ ଘୋଷଣା ହୋଇ ନ ଥିଲା। ଶୁକ୍ରବାର ଏସବୁ କମିଟି ସହ ୧୦ଟି ଜିଲାର ଜିଲା ସଭାପତିଙ୍କ ନାମ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories