www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରକୃତିଙ୍କ ଅଭିଯୋଗର ଉତ୍ତର ରଖିଲେ ସଞ୍ଜୟ

‘ପ୍ରମାଣ ଥିଲେ ଅଭିଯୋଗ କର, ବଦନାମ କରନି’

ଭୁବନେଶ୍ୱର : ଓଲିଉଡରେ ପୁଣିଥରେ କାଷ୍ଟିଂ କାଉଚ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି । ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)ଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅଭିଯୋଗ ଆଣିବା ପରେ ସଞ୍ଜୟ ମୁହଁ ଖୋଲିଛନ୍ତି । କହିଛନ୍ତି ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା। ଯିଏ ଏପରି ଅଭିଯୋଗ ଆଣୁଛି ସେ ତଥ୍ୟ ପ୍ରମାଣ ସହ ଉପସ୍ଥାପନା କରନ୍ତୁ। କିଛି ଅଭିନେତ୍ରୀ ଓ ପ୍ରଯୋଜକ ମିଳିତଭାବେ ଏଭଳି ଚକ୍ରାନ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଶ୍ରୀ ନାୟକ କହିଛନ୍ତି।
ନିର୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ପ୍ରଯୋଜକ ସଞ୍ଜୟଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିଲେ। ସଞ୍ଜୟ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି, ପ୍ରକୃତି-ବାବୁଶାନ ଘଟଣାର ୪ଦିନ ପରେ ସେ ମୁରବୀ ଭାବେ କିଛି ପ୍ରତିକ୍ରିୟା ରଖିଥିଲେ। କାହା ଘର ନ ଭାଙ୍ଗିବାକୁ ପରାମର୍ଶ ଦେଇଥିଲେ। ଦୀର୍ଘ ଦିନ ପରେ ପ୍ରତିକ୍ରିୟାଶୀଳ ହୋଇ ପ୍ରକୃତି ଏଭଳି ଅଭିଯୋଗ ଆଣିବା ଠିକ୍‌ ନୁହଁ। ୪୦ବର୍ଷ ହେଲା ଇଣ୍ଡଷ୍ଟ୍ରିରେ କାମ କଲିଣି। ଲୋକେ ଜାଣିଛନ୍ତି ମୁଁ କ’ଣ। ସେ ଆହୁରି ମଧ୍ୟ କହିଛନ୍ତି ପ୍ରକୃତିଙ୍କ ସହ ଅଭିନେତ୍ରୀ ଜସ୍ମିନ ମଧ୍ୟ ଅଭିଯୋଗ ଆଣିଛନ୍ତି । ମୁଁ ତାଙ୍କୁ ଭଲ ଭାବେ ଓ ବ୍ୟକ୍ତିଗତ ଭାବେ ଜାଣି ନଥିବା ସଞ୍ଜୟ କହିଛନ୍ତି। କେବଳ ଅନ୍ୟ ପ୍ରଡକ୍ସନ୍‌ ହାଉସ ଚିତ୍ର ନିର୍ମାଣ ସମୟରେ ଦେଖା ହୋଇଛି । ପ୍ରକୃତିଙ୍କ କଥାରେ ପଡ଼ି ସେ ଏଭଳି ଅଭିଯୋଗ ଆଣିଥାଇ ପାରନ୍ତି ବୋଲି ସେ କହିଛନ୍ତି । ଏଭଳି ଚକ୍ରାନ୍ତର ଶୀଘ୍ର ପର୍ଦାଫାସ୍‌ କରିବେ ବୋଲି ସେ ଗଣମାଧ୍ୟମ ଆଗରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରକୃତି, ଜସ୍ମିନ୍‌ ଓଲିଉଡରେ କାଷ୍ଟିଂ କାଉଚ୍‌ ନେଇ ସଞ୍ଜୟଙ୍କ ନାଁରେ ଅଭିଯୋଗ ଆଣିଥିବାବେଳେ ଓଲିଉଡରେ ଏଭଳି କିଛି ଚାଲିଥିବା ଅଭିନେତ୍ରୀ ପୁପୁଲ ମଧ୍ୟ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories