www.samajalive.in
Tuesday, December 9, 2025
17.1 C
Bhubaneswar

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ ପାଇଁ ନିୟୋଜିତ ହେବେ ବରିଷ୍ଠ ପୁଲିସ ଅଧିକାରୀ

ଭୁବନେଶ୍ବର: ଆସନ୍ତା ଜୁନ ମାସ ୨୦ ତାରିଖରେ ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ ଓ ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ ୧୯ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୦ ତାରିଖରେ ରଥଯାତ୍ରା, ୨୮ ରେ ବାହୁଡା ଯାତ୍ରା, ୨୯ରେ ସୁନାବେଶ ଓ ଜୁଲାଇ ୧ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ ଓ ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ। ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ପୂର୍ବାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଅଧ୍ୟକ୍ଷତା କରି ରଥଯାତ୍ରା ପାଇଁ ସକ୍ରିୟ ଓ ଅଧିକ ସଜାଗ ରହିବାକୁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ବତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ ଓ ଆବଶ୍ୟକତା ଅନୁଯାୟୀ ବୋମା ନିଷ୍କ୍ରିୟୟକାରୀ ଦଳ, ଏଚଏଚଏମଡି, ଡିଏମଏଫଡି, ମେଟାଲ ଡିଟେକ୍ଟର ଓ କାଉଣ୍ଟର ଗୁଇନ୍ଦା ସ୍କ୍ବାର୍ଡଙ୍କୁ ନିୟୋଜିତ କରାଯିବ। ଭିଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ ଓ ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ୍ସ ବ୍ୟବସ୍ଥା କାରାଯିବ ଓ ସେହିପରି ସମୁଦ୍ର କୂଳରେ ପାଟ୍ରୋଲିଂ କଡାକଡି କରିବାକୁ ଦୃଷ୍ଟି ଦିଆଯିବ ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

- Advertisement -

ଏହି ବୈଠକରେ ଏଡିଜିପି (ଏସଏପି) ଆର.ପି. କୋଚେ,ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା , ଏଡିଜିପି (ମୁଖ୍ୟାଳୟ) ଆର.କେ. ଶର୍ମା,ପୋଲିସ କମିଶନର (କଟକ–ଭୁବନେଶ୍ବର) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜିପି, କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା, ଏଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର,ଏଡିଜିପି (ଅପରେସନ) ଏସ. ଦେବଦତ୍ତ ସିଂ,ଏଡିଜିପି (ରେଳବାଇ ଓ ଉପକୂଳ ସୁରକ୍ଷା) ଦୟାଲ ଗଙ୍ଗୱାର, ଏଡିଜିପି (ଆଧୁନିକୀକରଣ) ରାଜେଶ କୁମାର, ଆଇ.ଜି. (ପ୍ରୋଭିଜନିଂ) ଯତିନ୍ଦ୍ର କୋୟଲ, ଆଇ.ଜି. (କ୍ରାଇମବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଆଇ.ଜି. (ଯୋଗାଯୋଗ) ଗଜଭିୟେ ସତିଶ କୁମାର ଈଶ୍ବରଦାସ, ଆଇ.ଜି. (କେନ୍ଦ୍ରାଞ୍ଚଳ) ଆଶିଷ କୁମାର ସିଂ, ଡି.ଆଇ.ଜି. (ଗୁଇନ୍ଦା) ଅନୁପ କୁମାର ସାହୁ, ଡି.ଆଇ.ଜି. (ଏସ.ଆଇ.ଡବ୍ଲ୍ୟୁ) ଅଖିଳେଶ୍ବର ସିଂ,ଏସ.ପି. (ପୁରୀ), ଡ଼. କନୱାର ବିଶାଲ ସିଂ, ଏସ.ପି. (ମୁଖ୍ୟାଳୟ) ଶ୍ରୀ ରାହୁଲ ଜୈନ,ଏସ.ପି. (ସିଗନାଲ),ଏସ.ପି. (ପିଏମଟି),ଷଷ୍ଠ ବାଟାଲିୟନ କମାଣ୍ଡାଣ୍ଟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories