www.samajalive.in
Monday, December 8, 2025
27.1 C
Bhubaneswar

ବନ୍ଧାପଥର କଲ୍ୟାଣ ମଣ୍ଡପ ଦୁର୍ନୀତି, ଭିଜିଲାନ୍ସ ଟିମର ବୈଷୟିକ ତଦନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ବନ୍ଧାପଥର କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ମାମଲାର ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ବୌଦ୍ଧ ଭିଜିଲାନ୍ସ ପକ୍ଷରୁ ଏକ ମିସକେଶ ଡାଏର କରାଯାଇ ଭିଜିଲାନ୍ସ ଇନିସପେକ୍ଟର ଜଗବନ୍ଧୁ ଅଙ୍ଗରିଆଙ୍କ ନେତୃତ୍ୱରେ ପୂର୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରତୀକ୍‌‌ ଦାସ,ଯନ୍ତ୍ରୀ ଗୌରମୋହନ ପ୍ରଧାନ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଣବ ବେହେରାଙ୍କ ଉପସ୍ଥିତିରେ ଘଟଣାର କ୍ଷେତ୍ରୀୟ ତଦନ୍ତ କରାଯାଇଥିଲା। ଏହା ସହିତ ମଣ୍ଡପ ନିର୍ମାଣ ପାଇଁ ହୋଇଥିବା ଫାଉଣ୍ଡେସନ ସହିତ ପିଲାର ନିର୍ମାଣ ପାଇଁ ଠିଆ ହୋଇଥିବା ଲୁହାଛଡର ମାପଚୁପ୍‌‌ କରାଯାଇଛି। ମାପଚୁପ୍‌‌ ପରେ ପୂର୍ତବିଭାଗ ବୈଷୟିକ ଦଳର ରିପୋର୍ଟ ଆଧାରରେ ର୍ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories