www.samajalive.in
Wednesday, November 19, 2025
29.1 C
Bhubaneswar

ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀଙ୍କ ଦିନିକିଆ ତାଲିମ କର୍ମଶାଳା

ଫୁଲବାଣୀ: ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଏବଂ ସେମାନଙ୍କ ବ୍ୟକ୍ତିଗତ ସୂଚନା ଗୋପନୀୟତା ପ୍ରତି ସର୍ବଦା ଯତ୍ନଶୀଳ ହେବା। ସରକାରଙ୍କ ଗାଇଡଲାଇନ ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଏବଂ ତାଲିମ ଦ୍ଵାରା ଅଧିକ ସଶକ୍ତ ହେବା ବୋଲି ସ୍ଥାନୀୟ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିନିକିଆ ତାଲିମ କର୍ମଶାଳାରେ କହିଛନ୍ତି ବିଶିଷ୍ଟ ବକ୍ତା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସିସିଆଇର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। କଟକ ସଂଯୋଗ ଅନୁଷ୍ଠାନର ପି ଡି ପ୍ରଶାନ୍ତ କୁମାର ପାଲଟା ସିଂ ତାଲିମ ଦେଇଥିଲେ। ତାଲିମ କର୍ମଶାଳାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ସଦାଶିବ ପାତ୍ର, ମମତା ଦାସ ପ୍ରମୁଖ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଶିଶୁ ସୁରକ୍ଷା ଓ ଯତ୍ନର କେତେକ ଦିଗ ପ୍ରତି ଆଲୋଚନା କରିଥିଲେ ସିଡ଼ବ୍ଲୁସି ସଦସ୍ୟ।

Hot this week

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ...

Related Articles

Popular Categories